Posted inଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲା ବିସିସିଆଇ, ଆଇପିଏଲ ଫ୍ରାଞ୍ଚାଇଜ୍‌ଙ୍କୁ ଦେଲା ଏହି ଚେତାବନୀ

ନୂଆଦିଲ୍ଲୀ,୧୭।୨: ଆଗାମୀ କିଛି ମାସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଖେଳାଳିମାନେ ଆସନ୍ତା ୩ମାସ ପାଇଁ ବିଶ୍ୱର ସବୁଠୁ ବଡ କ୍ରିକେଟ ଲିଗ ଆଇପିଏଲରେ ବିଭିନ୍ନ ଦଳ ସହିତ ଖେଳୁଥିବା ଦେଖିବାକୁ ମିଳିବ। ଆଇପିଏଲ ପରେ ତୁରନ୍ତ ଭାରତକୁ ଟି -୨୦ ବିଶ୍ୱକପ୍‌ ୨୦୨୪ ରେ ଭାଗ ନେବାକୁ ପଡିବ। ଖେଳାଳିଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ବିସିସିଆଇ କିଛି ବିଶେଷ ନିଷ୍ପତ୍ତି ନେଇଛି।

ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିସାରିଛନ୍ତି ଯେ ରୋହିତ ଶର୍ମାଙ୍କୁ ଟି -୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଧିନାୟକ ଭାବେ ନଜର ଆସିବେ। ବର୍ତ୍ତମାନ, ଆଇପିଏଲ ପୂର୍ବରୁ ଖେଳାଳିଙ୍କ କାର୍ଯ୍ୟଭାରକୁ ବିଚାର କରି ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ବିଶେଷ ନିର୍ଦ୍ଦେଶ ଦେଇଛି । ଏହି ସୂଚନା ପ୍ରଦାନ କରି ପିଟିଆଇ ସହ କଥାବାର୍ତ୍ତା ବେଳେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ , ଆଇପିଏଲ ଫ୍ରାଞ୍ଚାଇଜ କେନ୍ଦ୍ରୀୟ ଚୁକ୍ତିନାମା ଖେଳାଳିଙ୍କ ପାଇଁ ବିସିସିଆଇ ଦ୍ୱାରା ନିର୍ମିତ କାର୍ଯ୍ୟଭାର ପରିଚାଳନା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ।

ବିସିସିଆଇ ସଚିବ ଜୟ ଶାହା ଆହୁରି କହିଛନ୍ତି ଯେ, ବୋର୍ଡର ଏକ ଆଦେଶ ଅଛି। ବୋର୍ଡ ହେଉଛି ସର୍ବୋଚ୍ଚ ସଂସ୍ଥା ଏବଂ ସେ ଯାହା ନିଷ୍ପତ୍ତି ନିଅନ୍ତି, ଫ୍ରାଞ୍ଚାଇଜ ମାନଙ୍କୁ ଏହାକୁ ଅନୁସରଣ କରିବାକୁ ପଡିବ । ଆମେ ଫ୍ରାଞ୍ଚାଇଜ ଉପରେ। ଜୟ ଶାହା ଏହା ମଧ୍ୟ କହିଛନ୍ତି , ଯଦି ଖେଳାଳି ଆଇପିଏଲରେ ଖେଳିବାକୁ ଚାହାଁନ୍ତି, ତେବେ ତାଙ୍କୁ ରଣଜୀ ଟ୍ରଫିରେ ଉପସ୍ଥିତ ହେବାକୁ ପଡିବ ଏବଂ ତାଙ୍କ ରାଜ୍ୟ ପାଇଁ ଖେଳିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri