Categories: ଖେଳ

ବ୍ରିସ୍‌ବେନ ହୋଟେଲରେ କୌଣସି ବ୍ୟବସ୍ଥା ନ ଥିବା ଟିମ୍‌ ଇଣ୍ଡିଆର ଅଭିଯୋଗ ପରେ ହସ୍ତକ୍ଷେପ କଲା ବିସିସିଆଇ

ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ମଙ୍ଗଳବାର ବ୍ରିସବେନରେ ପହଞ୍ଚିଛି। ରହଣୀ ବ୍ୟବସ୍ଥା ହୋଇଥିବା ହୋଟେଲରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ସୂଚନା ଦିଆଯାଇଥିଲା ଯେ, ସେମାନଙ୍କୁ କୌଣସି ରୁମ୍‌ ସର୍ଭିସ ଓ ହାଉସ୍‌କିପିଂ ବ୍ୟବସ୍ଥା ମିଳିବ ନାହିଁ। ଆଉ ସେମାନେ ନିଜ ଫ୍ଲୋର ଛାଡ଼ିପାରିବେ ନାହିଁ ବୋଲି ହୋଟେଲ ପକ୍ଷରୁ ଜଣାଇ ଦିଆଯାଇଥିଲା। ଏ ନେଇ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ ଖେଳାଳିମାନେ।

ଏହି ଘଟଣାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ହସ୍ତକ୍ଷେପ ପରେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଅଶ୍ୱାସନା ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)। ଭାରତୀୟ ଖେଳାଳିମାନେ ହୋଟେଲର ଲିଫ୍ଟସ ସହ ଜିମ୍‌ ବ୍ୟବହାର କରିପାରିବେ। ରୁମ ସର୍ଭିସ ଓ ହାଉସକିପିଂ ବ୍ୟବସ୍ଥା ଖେଳାଳିଙ୍କ ରୁମରେ ଉପଲବ୍ଧ ହେବ। ଏହାବାଦ୍‌ ଦଳୀୟ ଖେଳାଳିମାନଙ୍କୁ ଏକତ୍ରିତ ହୋଇ ବୈଠକ କରିବା ଲାଗି ଏକ ଟିମ୍‌ ରୁମ୍‌ ମଧ୍ୟ ଦିଆଯାଇଛି। କେବଳ ସୁଇମିଂ ପୁଲ ବ୍ୟବହାର କରିପାରିବେ ନାହିଁ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ମଙ୍ଗଳବାର କହିଛନ୍ତି।

Share