Posted inଖେଳ

୫୦୦ତମ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଅଭିନନ୍ଦନ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ,୨୦।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମାଧ୍ୟମରେ ସେ ତାଙ୍କ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ତ୍ରିନିଦାଦରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ବିସିସିଆଇ ବିରାଟ କୋହଲିଙ୍କୁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।
ବିସିସିଆଇ ଟୁଇଟର୍‌ରେ ବିରାଟ କୋହଲିଙ୍କ ଏକ ଫଟୋ ଶେୟାର କରାଯାଇଥିଲା। ଫଟୋଟି ଏପରି ଢଙ୍ଗରେ ତିଆରି ହୋଇଛି ଯେ, କୋହଲି ତାଙ୍କର ପୁରୁଣା ଯାତ୍ରା ଦେଖୁଛନ୍ତି। ଏହି ପୋଷ୍ଟରରେ କ୍ୟାପସନ ଦିଆଯାଇଛି, ଯାତ୍ରାକୁ ମନେପକାଇବାର ୫୦୦ କାରଣ। ବିରାଟ କୋହଲିଙ୍କୁ ତାଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଅଭିନନ୍ଦନ।
ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ଚତୁର୍ଥ ଖେଳାଳି ଭାବେ ୫୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। କୋହଲିଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅତିକ୍ରମ କରିଛନ୍ତି। ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ୬୬୪, ଧୋନୀ ୫୩୮ଏବଂ ରାହୁଲ ଦ୍ରାବିଡ ୫୦୯ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। କୋହଲି ୫୦୦ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବିଶ୍ୱର ଦଶମ ଖେଳାଳି ହେବେ।

ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଖେଳାଳି

ସଚିନ ତେନ୍ଦୁଲକର – ୬୬୪ ମ୍ୟାଚ
ମହେଳା ଜୟୱଦ୍ଧ୍ୱର୍ର୍ନେ – ୬୫୨ ମ୍ୟାଚ
କୁମାର ସାଙ୍ଗାକାରା – ୫୯୪ ମ୍ୟାଚ
ସନଥ ଜୟସୁରିଆ – ୫୮୬ ମ୍ୟାଚ
ରିକି ପଣ୍ଟିଂ – ୫୬୦ ମ୍ୟାଚ
ମହେନ୍ଦ୍ର ସିଂ ଧୋନୀ- ୫୩୮ ମ୍ୟାଚ
ଶହିଦ ଆଫ୍ରିଦି – ୫୨୪ ମ୍ୟାଚ
ଜ୍ୟାକ କଲିସ – ୫୧୯ ମ୍ୟାଚ
ରାହୁଲ ଦ୍ରାବିଡ – ୫୦୯ ମ୍ୟାଚ
ବିରାଟ କୋହଲି – ୪୯୯ ମ୍ୟାଚ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri