ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଆକିବ ନବୀଙ୍କ ଏଣ୍ଟ୍ରି ହୋଇଛି। BCCI ପୁଣି ଥରେ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିଛି। ପୂର୍ବରୁ ଜମ୍ମୁ-କଶ୍ମୀରର ଆକିବ ନବୀଙ୍କୁ ତୃତୀୟ ଓ ଚତୁର୍ଥ ମ୍ୟାଚ ପାଇଁ ଦିନିକିଆ ଦଳରେ ସ୍ଥାନ ମିଳିଥିଲା। ଏବେ ତାଙ୍କୁ ପ୍ରଥମ ତିନୋଟି ଦିନିକିଆ ମ୍ୟାଚ ପାଇଁ ମଧ୍ୟ ଦଳରେ ସାମିଲ କରାଯାଇଛି।
ଗତ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚ ଖେଳି ଆକିବ ନବୀ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚରେ ସେ ୮୪ ରନ ବ୍ୟୟ କରିଥିଲେ। ଏହା ସତ୍ତ୍ୱେ ଟିମ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ତାଙ୍କ ଉପରେ ଭରସା ରଖିଛନ୍ତି।
ସୂଚନାଯୋଗ୍ୟ, ଶୁଭମନ ଗିଲ ଓ ନୀତିଶ କୁମାର ରେଡ୍ଡୀ ଶେଷ ଦୁଇଟି ଦିନିକିଆ ମ୍ୟାଚରେ ଖେଳିବେ ନାହିଁ। ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଗିଲ ଓ ନୀତିଶ ନଭେମ୍ବର ୧୩ ଏବଂ ୧୫ ତାରିଖରେ ହେବାକୁ ଥିବା ଦିନିକିଆ ମ୍ୟାଚରୁ ବାଦ ପଡ଼ିବେ।
ପ୍ରଥମ ୩ଟି ଦିନିକିଆ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେଏଲ ରାହୁଲ, ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କାମ୍ବୋଜ, ଗୁରନୂର ବରାଡ, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଇଶାନ କିଶନ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ ଓ ଆକିବ ନବୀ।
ଶେଷ ୨ଟି ଦିନିକିଆ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ଇଶାନ କିଶନ, ଅକ୍ଷର ପଟେଲ, ନମନ ଧୀର, ଆକିବ ନବୀ, ଗୁରନୂର ବରାଡ, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, କୁମାର କୁଶାଗ୍ର, ମହମ୍ମଦ ସିରାଜ, ଯଶ ଠାକୁର ଓ କୁଲଦୀପ ଯାଦବ।