Posted inଖେଳ

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+) କ୍ୟାଟେଗରି(ବର୍ଗ)କୁ ବାଦ୍‌ ଦିଆଯାଇଛି। ଏବେ କେବଳ ତିନୋଟି କ୍ୟାଟେଗରି ରହିଛି – ଏ, ବି ଓ ସି।  ଶୁଭମନ ଗିଲଙ୍କ ସମେତ ୩ଜଣ ଖେଳାଳିଙ୍କୁ A ବର୍ଗରେ ରଖାଯାଇଛି। ଅପରପକ୍ଷେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଗ୍ରେଡ୍‌ Bରେ ରଖାଯାଇଥିବା ଦେଖାଯାଇଛି। ଫଳରେ ଉଭୟଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା ଲାଗିଛି। ପୂର୍ବରୁ ଦୁହେଁ ଏ ପ୍ଲସରେ ଥିଲେ।
ରୋହିତ ଏବଂ କୋହଲି ଟେଷ୍ଟ ଓ  ଟି୨୦ରୁ ଅବସର ନେବା ପରେ ଏବେ କେବଳ ଓଡିଆଇ (ଦିନିକିଆ) ଫର୍ମାଟ ଖେଳୁଛନ୍ତି। ଏଣୁ ଦୁହିଁଙ୍କର ପଦଚ୍ୟୁତି ହୋଇଛି। ଅନ୍ୟପକ୍ଷରେ ଶୁଭମନ ଗିଲ, ଜସପ୍ରୀତ ବୁମରାହ ଓ ରବିନ୍ଦ୍ର ଜାଡେଜାଙ୍କୁ ଗ୍ରେଡ Aରେ ରଖାଯାଇଛି। ଜାଡେଜା ମଧ୍ୟ ମୁଖ୍ୟତଃ ଦୁଇ ଫର୍ମାଟ (ଟେଷ୍ଟ ଓ ଓଡିଆଇ) ଖେଳୁଛନ୍ତି, କିନ୍ତୁ ତାଙ୍କର ପରଫର୍ମାନ୍ସ ଆଧାରରେ ଟପ୍‌ ଗ୍ରେଡ୍‌ ମିଳିଛି।
ଚଳିତ ଥର ବିସିସିଆଇ ୩୦ ଜଣ ସିନିୟର ପୁରୁଷ ଖେଳାଳିଙ୍କୁ କଣ୍ଟ୍ରାକ୍ଟ ଦେଇଛନ୍ତି (ଗତ ବର୍ଷ ୩୪ ଥିଲେ)। ସେଥିରେ ୩ ଖେଳାଳି A ବର୍ଗରେ, ୧୧ ଖେଳାଳି B ବର୍ଗରେ ଏବଂ ୧୬ଜଣ C ବର୍ଗରେ ରହିଛନ୍ତି। ନୂଆ ଫିସ ଷ୍ଟ୍ରକ୍ଚରର ଆଧିକାରିକ ଘୋଷଣା ହୋଇନାହିଁ, କିନ୍ତୁ ପୂର୍ବରୁ:
ଏ ପ୍ଲସ: ୭ କୋଟି ଟଙ୍କା ବାର୍ଷିକ
ଏ: ୫ କୋଟି
ବି: ୩ କୋଟି
ସି: ୧ କୋଟି
ଏବେ A+ ହଟିବାରୁ ଟପ ଗ୍ରେଡ (ଏ)ର ଫିସ କେତେ ହେବ, ତାହା ସ୍ପଷ୍ଟ ନାହିଁ। ମ୍ୟାଚ ଫି’ ଅଲଗା ମିଳେ।

ଗ୍ରେଡ୍ ଏ (୩ ଜଣ ଖେଳାଳି):

  • ଶୁଭମନ ଗିଲ୍
  • ଜସପ୍ରୀତ ବୁମରାହ
  • ରବିନ୍ଦ୍ର ଜାଡେଜା
ଗ୍ରେଡ୍ ବି (୧୧ ଜଣ ଖେଳାଳି):
  • ଓ୍ୱାଶିଙ୍ଗଟନ ସୁନ୍ଦର
  • ରୋହିତ ଶର୍ମା
  • ବିରାଟ କୋହଲି
  • କେଏଲ୍ ରାହୁଲ
  • ମହମ୍ମଦ ସିରାଜ
  • ହାର୍ଦ୍ଦିକ ପାଣ୍ଡ୍ୟା
  • ଋଷଭ ପନ୍ତ
  • କୁଲଦୀପ ଯାଦବ
  • ଯଶସ୍ୱୀ ଜୟସ୍ୱାଲ
  • ସୂର୍ଯ୍ୟକୁମାର ଯାଦବ
  • ଶ୍ରେୟସ ଅୟ୍ୟର

ଗ୍ରେଡ୍ ସି (୧୬ ଜଣ ଖେଳାଳି):

  • ଅକ୍ଷର ପଟେଲ
  • ତିଲକ ବର୍ମା
  • ରିଙ୍କୁ ସିଂହ
  • ଶିବମ ଦୁବେ
  • ସଞ୍ଜୁ ସାମସନ
  • ଅର୍ଶଦୀପ ସିଂହ
  • ପ୍ରସିଦ୍ଧ କୃଷ୍ଣା
  • ଆକାଶ ଦୀପ
  • ଧ୍ରୁବ ଜୁରେଲ
  • ହର୍ଷିତ ରାଣା
  • ବରୁଣ ଚକ୍ରବର୍ତ୍ତୀ
  • ନିତୀଶ କୁମାର ରେଡ୍ଡୀ
  • ଅଭିଷେକ ଶର୍ମା
  • ସାଇ ସୁଦର୍ଶନ
  • ରବି ବିଶ୍ନୋଇ
  • ରୁତୁରାଜ ଗାଏକୱାଡ

ଏହି ପରିବର୍ତ୍ତନ ପରଫର୍ମାନ୍ସ, ଫର୍ମାଟ୍‌ରେ ଭାଗିଦାରୀ ଓ ଟିମ ବ୍ୟାଲାନ୍ସ ଆଧାରରେ ହୋଇଛି। ବିରାଟ ଓ ରୋହିତ ଭଳି ଲିଜେଣ୍ଡଙ୍କ ପାଇଁ ଏହି ‘ଡିମୋସନ’ ଫ୍ୟାନ୍ସଙ୍କୁ ନିରାଶ କରିପାରେ, କିନ୍ତୁ ବିସିସିଆଇ ନୂଆ ଜେନରେସନକୁ ପ୍ରୋମୋଟ କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri