Categories: Home Leftଖେଳ

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ କ୍ରିକେଟରଙ୍କ ଉପରେ ବ୍ୟାନ ଲଗାଯାଇଛି। କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ (CAB) ପକ୍ଷରୁ କରାଯାଇଥିବା ପ୍ରି-ସିଜନ ଡକ୍ୟୁମେଣ୍ଟେଶନ ଡ୍ରାଇଭ ସମୟରେ ଏହି ଅନିୟମିତତା ସାମ୍ନାକୁ ଆସିଥିଲା।

ଏହି ତାଲିକାରେ ୨୦୨୨ରେ ଭାରତୀୟ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ରବି କୁମାରଙ୍କ ନାମ ମଧ୍ୟ ରହିଛି। ସେହିପରି ଆଗାମୀ ସମୟରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ସିରିଜ ପାଇଁ ଭାରତୀୟ ଅଣ୍ଡର-୧୯ ଦଳରେ ଚୟନ ହୋଇଥିବା ଲେଗ ସ୍ପିନର୍‌ ରୋହିତ ଯାଦବଙ୍କୁ ମଧ୍ୟ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି।

ବୟସ ଜାଲିଆତି ମାମଲାକୁ ରୋକିବା ପାଇଁ BCCI ଲଗାତାର କଡ଼ା ପଦକ୍ଷେପ ନେଉଛି। CABର ପ୍ରି-ସିଜନ ଡକ୍ୟୁମେଣ୍ଟେସନ ଡ୍ରାଇଭ୍‌ରେ ରୋହିତ ଯାଦବଙ୍କ ରେକର୍ଡ ଯାଞ୍ଚ କରାଯିବା ପରେ ତାଙ୍କ ବୟସରେ ପ୍ରାୟ ୨୭ ମାସର ଅନ୍ତର ଥିବା ଜଣାପଡ଼ିଥିଲା।

ଏହାପରେ ରୋହିତଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ ଦିଆଯାଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ୫ଟି ଦିନିକିଆ ଏବଂ ୨ଟି ମଲ୍ଟି-ଡେ ମ୍ୟାଚ ପାଇଁ ତାଙ୍କୁ ଦଳରେ ଚୟନ କରାଯାଇଥିଲା। ରୋହିତ ବୟସ ବର୍ଗ କ୍ରିକେଟରେ ବଙ୍ଗଳ ପାଇଁ ଖେଳିଛନ୍ତି। ତାଙ୍କ ବୟସ ସମ୍ପର୍କିତ ଅନିୟମିତତା CABର ରିପୋର୍ଟରେ ସାମ୍ନାକୁ ଆସିବା ପରେ BCCI ସହ ଜଡ଼ିତ ସମସ୍ତ ରାଜ୍ୟ କ୍ରିକେଟ ସଂଘକୁ ଏହି ବ୍ୟାନ ସମ୍ପର୍କରେ ଜଣାଇ ଦିଆଯାଇଛି। ବ୍ୟାନ ତୁରନ୍ତ ଲାଗୁ ହୋଇଛି।

ବୟସରେ ହେରଫେର କରିଥିବା ଅଭିଯୋଗରେ ବ୍ୟାନ ହୋଇଥିବା ଖେଳାଳିଙ୍କ ମଧ୍ୟରେ ରବି କୁମାରଙ୍କ ନାମ ମଧ୍ୟ ରହିଛି। ରବି କୁମାର ୨୦୨୨ ଭାରତୀୟ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ।
ରିପୋର୍ଟ ଅନୁସାରେ, CABର ରେକର୍ଡରେ ରବି କୁମାରଙ୍କ ବୟସକୁ ନେଇ ପ୍ରାୟ ୪୫ ମାସର ଅନ୍ତର ମିଳିଛି। ଏହା ବ୍ୟତୀତ ବାମହାତୀ ସ୍ପିନ ଅଲ୍ରାଉଣ୍ଡର ବିଶାଳ ଭଟ୍ଟୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।
CAB ପକ୍ଷରୁ ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କ ଡକ୍ୟୁମେଣ୍ଟ ଏବଂ ଜନ୍ମତାରିଖ ରେକର୍ଡର ବ୍ୟାପକ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ପରେ ଅନିୟମିତତା ମିଳିଥିବା ଖେଳାଳିଙ୍କ ତାଲିକା ମଧ୍ୟ CAB ପକ୍ଷରୁ ପ୍ରକାଶ କରାଯାଇଛି।
ଅଣ୍ଡର-୧୯ ସ୍ତରରେ ବୟସ ଯାଞ୍ଚ ପ୍ରକ୍ରିୟା ସମୟରେ ଖେଳାଳିମାନଙ୍କୁ ଜନ୍ମ ପ୍ରମାଣପତ୍ର ସହ ସ୍କୁଲ ଓ କଲେଜର ଶିକ୍ଷାଗତ ରେକର୍ଡ ସମ୍ପର୍କିତ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିଥାଏ। ଏହି ଦସ୍ତାବିଜଗୁଡ଼ିକର ଯାଞ୍ଚ ପରେ ହିଁ ବୟସ ସମ୍ପର୍କିତ ଅନିୟମିତତା ଚିହ୍ନଟ କରାଯାଇଛି।

Odisha’s No.1 Odia Daily

Share
Tags: BCCI