Posted inଖେଳ

ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ

ହାଇଦ୍ରାବାଦ, ୨୪ା୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କାରଣରୁ ୪ବର୍ଷ ପରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଗତ ୪ ବର୍ଷ ପାଇଁ ପୁରସ୍କୃତ ପୁରୁଷଙ୍କ ମଧ୍ୟରେ ରହିଛନ୍ତି ଶୁବମନ ଗିଲ, ଆର. ଅଶ୍ୱିନ, ଯଶପ୍ରୀତ ବୁମ୍‌ରା ଓ ମହମଦ ଶାମି। ମହିଳା ବିଭାଗରେ ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି ଦିପ୍ତୀ ଶର୍ମା ଓ ସ୍ମୃତି ମନ୍ଧାନା। ରବି ଶାସ୍ତ୍ରୀ ଓ ଫାରୁଖ ଇଞ୍ଜିନିୟରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।
ପୁରସ୍କାର ବିଜେତାଙ୍କ ତାଲିକା
ସିକେ ନାଇଡୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ: ଫାରୁଖ ଇଞ୍ଜିନିୟର ଓ ରବି ଶାସ୍ତ୍ରୀ। ପଲିଉମ୍ରିଗର ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରୁଷ କ୍ରିକେଟ ପୁରସ୍କାର: ମହମ୍ମଦ ଶାମି (୨୦୧୯-୨୦), ଆର. ଅଶ୍ୱିନ (୨୦୨୦-୨୧), ଯଶପ୍ରୀତ ବୁମ୍‌ରା (୨୦୨୧-୨୨), ଶୁବମନ ଗିଲ୍‌ (୨୦୨୨-୨୩)।
ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା କ୍ରିକେଟ ପୁରସ୍କାର: ଦୀପ୍ତି ଶର୍ମା (୨୦୧୯-୨୦), ସ୍ମୃତି ମନ୍ଧାନା (୨୦୨୦-୨୧), ସ୍ମୃତି ମନ୍ଧାନା (୨୦୨୧-୨୨), ଦୀପ୍ତି ଶର୍ମା (୨୦୨୨-୨୩)। ଶ୍ରେଷ୍ଠ ଅନ୍ତର୍ଜାତୀୟ ପଦାର୍ପଣକାରୀ ପୁରୁଷ ଖେଳାଳି: ମୟଙ୍କ ଅଗ୍ରଓ୍ବାଲ (୨୦୧୯-୨୦), ଅକ୍ଷର ପଟେଲ (୨୦୨୦-୨୧), ଶ୍ରେୟସ ଅୟର (୨୦୨୧-୨୨), ଯଶ୍ୱୀ ଜୈସ୍ବାଲ (୨୦୨୨-୨୩)। ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା ପଦାର୍ପଣକାରୀ ଖେଳାଳି: ପ୍ରିୟା ପୁନିଆ (୨୦୧୯-୨୦), ଶେଫାଳି ବର୍ମା (୨୦୨୦-୨୧), ଶାବିନେନି ମେଘାନା (୨୦୨୧-୨୨), ଅମନଜୋତ କୌର (୨୦୨୨-୨୩)। ଦିଲୀପ ସରଦେଶାଇ ପୁରସ୍କାର: ସବୁଠାରୁ ଅଧିକ ରନ (ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ ୨୦୨୨-୨୩)-ଯଶସ୍ବୀ ଜୈସ୍ବାଲ, ସବୁଠାରୁ ଅଧିକ ଉଇକେଟ- ଆର. ଅଶ୍ୱିନ (ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ ୨୦୨୨-୨୩)। ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ରନ: ପୁନମ ରାଉତ (୨୦୧୯-୨୦), ମିଥାଲି ରାଜ (୨୦୨୦-୨୧), ହରମନପ୍ରୀତ କୌର (୨୦୨୧-୨୨), ଜେମିମା ରୋଡ୍ରିଗୁଏଜ୍‌ (୨୦୨୨-୨୩) ।
ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ଉଇକେଟ: ପୁନମ ଯାଦବ (୨୦୧୯-୨୦), ଝୁଲଣ ଗୋସ୍ବାମୀ (୨୦୨୦-୨୧), ରାଜେଶ୍ୱରୀ ଗାଏକ୍ୱାଡ (୨୦୨୧-୨୨) ଓ ଦେବିକା ବୈଦ୍ୟ (୨୦୨୨-୨୩) ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri