Categories: Home Leftଖେଳ

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ହଲଚଲ: ବିସିସିଆଇ କଲା ବଡ଼ ଅଦଳବଦଳ, ଦଳରୁ ବାଦ୍‌ ପଡ଼ିଲେ…

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ପଡ଼ିଛନ୍ତି ପ୍ରସିଦ୍ଧ କୃଷ୍ଣା। ଭାରତୀୟ ଦଳରେ ତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ତାଙ୍କ ଖେଳିବା ଫିଟନେସ ଉପରେ ନିର୍ଭର କରୁଥିଲା। ହାମଷ୍ଟ୍ରିଂ ଆଘାତରେ ପୀଡ଼ିତ ପ୍ରସିଦ୍ଧ କୃଷ୍ଣାଙ୍କୁ ସୁସ୍ଥ ହେବା ପାଇଁ ଆହୁରି ସମୟ ଲାଗିବ। ତେଣୁ ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ସେ ଖେଳିପାରିବେ ନାହିଁ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଦିନିକିଆ ମ୍ୟାଚ ପାଇଁ ନୀତିଶ କୁମାର ରେଡ୍ଡୀ ଭାରତୀୟ ଦଳରେ ରହିଛନ୍ତି। ତେବେ ଚତୁର୍ଥ ଓ ପଞ୍ଚମ ଦିନିକିଆ ମ୍ୟାଚରେ ସେ ଖେଳିବେ ନାହିଁ। ଏହି ସମୟରେ ନୀତିଶ ଚାରିଦିନିଆ ମ୍ୟାଚ ପାଇଁ ଇଣ୍ଡିଆ-ଏ ଦଳରେ ଯୋଗଦେବେ। ଇଣ୍ଡିଆ-ଏ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବାରେ ଏହା ନୀତିଶଙ୍କୁ ସହାୟକ ହେବ।

ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ ରାହୁଲ (ଉଇକେଟ୍‌କିପର), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କାମ୍ବୋଜ, ଗୁରନୂର ବରାଡ଼, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଇଶାନ କିଶନ (ଉଇକେଟ୍‌କିପର), ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ନୀତିଶ କୁମାର ରେଡ୍ଡୀ।

ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଭାରତୀୟ ଦଳ:

ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ଈଶାନ କିଶନ, ଅକ୍ଷର ପଟେଲ, ନମନ ଧୀର, ଔକିବ ନବି, ଗୁରନୂର ବରାଡ଼, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, କୁମାର କୁଶାଗ୍ର, ମହମ୍ମଦ ସିରାଜ, ଯଶ ଠାକୁର ଓ କୁଲଦୀପ ଯାଦବ।

ଏହି ସମୟରେ ଇଣ୍ଡିଆ-ଏ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଦଳ ସେଠାରେ ଅଣଆନୁଷ୍ଠାନିକ ଟେଷ୍ଟ ସିରିଜ ଖେଳୁଛି। ବିସିସିଆଇ ଏକ ବିବୃତି ଜାରି କରି କହିଛି ଯେ, ପ୍ରସିଦ୍ଧ କୃଷ୍ଣା ନ୍ୟୁଜିଲାଣ୍ଡ-ଏ ବିପକ୍ଷ ତୃତୀୟ ମ୍ୟାଚ ପାଇଁ ଇଣ୍ଡିଆ-ଏ ଦଳରେ ଯୋଗଦେବେ। ଏହାଦ୍ୱାରା ତାଙ୍କୁ ପୁଣିଥରେ ମ୍ୟାଚ ଖେଳିବା ଫିଟନେସ ହାସଲ କରିବାରେ ସହାୟତା ମିଳିବ।

ଇଣ୍ଡିଆ-ଏ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅକ୍ଟୋବର ୩୧ରୁ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ ପାଇଁ ମହମ୍ମଦ ସିରାଜଙ୍କୁ ଇଣ୍ଡିଆ-ଏ ଦଳରେ ସ୍ଥାନ ମିଳିଛି।

Dharitri – Odisha’s No.1 Odia Daily

Share