Posted inଖେଳ

୧୨ ବଲ୍‌ରେ ୩୪ ରନ୍‌ର ଥିଲା ଆବଶ୍ୟକତା, ୧ ଓଭରରେ ଖେଳ ଶେଷ କରିଦେଲେ ବ୍ୟାଟ୍ସମ୍ୟାନ୍‌!

ନୂଆଦିଲ୍ଲୀ,୧୭।୧୨: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‌ ବ୍ୟାଶ୍‌ ଲିଗ୍‌ ୨୦୨୪-୨୫ରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ସିଜନର ତୃତୀୟ ମ୍ୟାଚ୍‌ ସିଡନୀ ଥଣ୍ଡର୍ସ ଏବଂ ଆଡିଲେଡ୍‌ ଷ୍ଟାଇକର୍ସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ ସିଡନୀ ଥଣ୍ଡର୍ସ ୨ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ ଦଳର ହିରୋ ଡେନିଏଲ ସାମ୍ସ ପାଲଟିଥିଲେ, ତାଙ୍କର ବିସ୍ଫୋରକ ଇନିଂସ ମୁକାବିଲାର ଦିଗ ବଦଳାଇ ଦେଇଛି। ସେ ୨୩୩ ଷ୍ଟ୍ରାଇକ୍‌ ରେଟ୍‌ ସହ ରନ୍‌ କରି ଦଳକୁ ବିଜେତା କରାଇଥିଲେ।

ଆଡିଲେଡ୍‌ ଷ୍ଟ୍ରାଇକର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇଟେ ହରା ୧୮୨ ରନ୍‌ କରିଥିଲା। ଏହାର ଜବାବରେ ସିଡନୀ ଥଣ୍ଡର୍ସ ୧୪୯ ରନ୍‌ରେ ୭ ଉଇକେଟ ହରାଇଥିଲେ। ସେତେବେଳେ ଦଳକୁ ୧୨ ବଲ୍‌ରେ ୩୪ ରନ୍‌ର ଆବଶ୍ୟକତା ଥିଲା। ବିଜୟ ଅସମ୍ଭବ ଲାଗୁଥିବା ବେଳେ ଡେନିଏଲ ୬ ବଲ୍‌ରେ ମ୍ୟାଚ୍‌କୁ ଜିତି ନେଇଥିଲେ।
୧୯ତମ ଓଭରରେ ପ୍ରଥମ ଦୁଇ ବଲ୍‌ରେ ଛକା, ପରର ୪ ବଲ୍‌ରେ ୩ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ମ୍ୟାଚ୍‌ରେ ଦଳ ଏକ ଓଭରରେ ୩୧ ରନ୍‌ କରିଥିଲେ। ଏମିତିରେ ଶେଷ ଓଭରରେ ୩ ରନ୍‌ର ଆବଶ୍ୟକତା ଥିଲା। ଏହାକୁ ୨ ବଲ୍‌ ଥାଇ ସିଡନୀ ଜିତି ନେଇଛି।

ସିଜନରେ ସିଡନୀ ଥଣ୍ଡର୍ସର ପ୍ରଥମ ମୁକାବିଲା ଥିଲା। ମ୍ୟାଚ୍‌ରେ ଡେନିଏଲ ୧୮ ବଲ୍‌ରେ ଅପରାଜିତ ୪୨ ରନ୍‌ର ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri