ଗୁଜରାଟ ପରେ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ, ‘ଜିହାଦି କନ୍ୟା’ଙ୍କୁ ନେଇ ୟୁକେରେ ଲୋକଙ୍କ କ୍ରୋଧ

ନୂଆଦିଲ୍ଲୀ/ବ୍ରିଟେନ,୧୧ ।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ୱାରା ନିର୍ମତ ଡକ୍ୟୁମେଣ୍ଟାରି ବିବାଦ ଏବେ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ବିବିସି ଏବେ ଏକ ‘ଜିହାଦି କନ୍ୟା’ ଉପରେ ଡକ୍ୟୁମେଣ୍ଟାରି ନିର୍ମାଣ କରିଛି । ଏହାକୁ ନେଇ ଏବେ ବିବାଦ ଉପୁଜିଛି । ଏହି ଡକ୍ୟୁମେଣ୍ଟୋରିର ନାମ ‘ଦ ଶମିମା ବେଗମ ଷ୍ଟୋରୀ’ ରଖାଯାଇଛି । ଏହାକୁ ନେଇ ଏବେ ବ୍ରିଟେନରେ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି । ଲୋକେ ବିବିସିର ସବସ୍କ୍ରିପଶନକୁ ରିନ୍ୟୁ ନ କରିବା କଥା କହୁଛନ୍ତି ।
ସୂଚନାଯୋଗ୍ୟ, ୨୦୧୫ରେ ବ୍ରିଟେନରେ ରହୁଥିବା ଶମିମା ବେଗମ ନାମକ ଜଣେ ୧୫ ବର୍ଷିୟା କନ୍ୟା ଲୁଚିଛପି ସିରିଆ ଚାଲିଯାଇଥିଲେ । ସେଠାରେ ସେ ଇସଲାମିକ ଷ୍ଟେଟ(ଆଇଏସ) ଜଏନ କରିଯାଇଥିଲେ । ଆଇଏସର ଜଣେ ସଦସ୍ୟଙ୍କ ସହ ନିକାହ କରି ନେଇଥିଲେ । ଏହାପରେ ତାଙ୍କୁ ସାରା ବିଶ୍ୱ ‘ଜିହାଦି କନ୍ୟା’ ଭାବେ ଜାଣିଥିଲେ ।
ଶମିମାଙ୍କ ମାତାପିତା ବାଂଲାଦେଶ ବାସିନ୍ଦା । ଆଇଏସରେ ଜଏନ କରିବା ପରେ ୨୦୧୯ରେ ଶମିମା ବେଗମଙ୍କଠାରୁ ରାଷ୍ଟ୍ରୀୟ ସୁରକ୍ଷା ଆଧାରରେ ବ୍ରିଟେନ ସରକାର ତାଙ୍କ ନାଗରିକତା ଛଡାଇ ନେଇଥିଲେ । ଏହାରି ଭିତରେ ସିରିଆରେ ଆଇଏସର ଦବଦବା ଆରମ୍ଭ ହୋଇଯାଇଥିଲା । ସେତେବେଳେକୁ ୨୩ ବର୍ଷର ହୋଇଯାଇଥିବା ଶମିମା ବେଗମ ପୁଣିଥରେ ବ୍ରିଟେନ ଫେରିବାକୁ ଚାହୁଁଥିଲେ ହେଲେ ସରକାର ଏହାକୁ ଅନୁମତି ଦେଇ ନ ଥିଲେ । ତାଙ୍କର ବ୍ରିଟେନ ଫେରିବାକୁ ନେଇ କୋର୍ଟରେ ଏକ ମାମଲା ବି ଚାଲୁଥିଲା ।
ଏବେ ଶମିମାଙ୍କ ପ୍ରତି ସହାନୁଭୁତି ଦେଖାଇ ବିବିସି ଏକ ୯୦ ମିନିଟର ଡକ୍ୟୁମେଣ୍ଟାରି ରିଲିଜ କରିଛି । କୁହାଯାଉଛି କି ଏହି ଡକ୍ୟୁମେଣ୍ଟାରିରେ ଦେଖାଯାଉଛି କି ଶମିମା ସିରିଆ ଯିବା ନିଷ୍ପତ୍ତି ଉପରେ ଦୁଃଖ ପ୍ରକାଶ କରୁଛନ୍ତି । ଲୋକେ ଏହାକୁ ଦେଖି ରାଗି ଯାଇଛନ୍ତି । ବ୍ରିଟେନର ଲୋକେ ଦାବି କରିଛନ୍ତି କି ବିବିସି ଜଣେ ଆତଙ୍କବାଦୀଙ୍କ ଉପରେ ଡକ୍ୟୁମେଣ୍ଟାରୀ ନିର୍ମାଣ କରି ହିଂସା ବଢାଇବାକୁ ଚାହୁଁଛି ।

Share