ଚାଇନାରେ ଖବରଦାତାଙ୍କୁ ମାଡ, ବେଜିଂ-ସାଂଘାଇ ପରେ ଉହାନରେ ରାଜରାସ୍ତାକୁ ଆସିଲେ ପ୍ରଦର୍ଶନକାରୀ, କ୍ଷମା ମାଗୁ ନାହାନ୍ତି ସରକାର

ବେଜିଂ,୨୮ ।୧୧: ଚାଇନାରେ ଜିରୋ କୋଭିଡ ପଲିସି ଯୋଗୁ କଡା ଲକଡାଉନ ବିରୋଧରେ ଲଗାତାର ପ୍ରଦର୍ଶନ କରାଯାଉଛି । ଇତିମଧ୍ୟରେ ଖବର ଆସିଛି କି ସାଂଘାଇରେ ଏକ ବିରୋଧ ପ୍ରଦର୍ଶନକୁ କଭର କରୁଥିବା ଜଣେ ଖବରଦାତାଙ୍କୁ ମାଡ ହୋଇଛି । ମିଡିଆ ହାଉସ ପକ୍ଷରୁ ସୂଚନା ଦିଆଯାଇଛି କି କ୍ୟାମେରାମ୍ୟାନ ଏଡୱାର୍ଡ ଲରେନ୍ସଙ୍କୁ ସରକାର ବିରୋଧି ପ୍ରଦର୍ଶନ କଭର କରିବା ସମୟରେ ଅଟକ ରଖାଯାଇଛି । ଏହାସହ ଚାଇନା ପୋଲିସ କିଛି ଘଣ୍ଟା ଧରି ତାଙ୍କୁ ମାଡ ମାରିଛନ୍ତି ।
ମିଡିଆ ହାଉସର ପ୍ରବକ୍ତା କହିଛନ୍ତି ଆମେ ଆମ ଖବରଦାତା ଏଡୱାର୍ଡ ଲରେନ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଖୁବ୍ ଚିନ୍ତିତ । ତାଙ୍କୁ ସାଂଘାଇରେ ଏକ ବିରୋଧ ପ୍ରଦର୍ଶନକୁ କଭର କରୁଥିବା ସମୟରେ ଅଟକ ରଖାଯିବା ସହ ପୋଲିସ ତାଙ୍କୁ ମାରପିଟ କରିଛି । ପ୍ରବକ୍ତା କହିଛନ୍ତି ପୋଲିସ ତାଙ୍କୁ ଗୋଇଠା ବି ମାରିଛି ।

ମିଡିଆ ହାଉସ ପକ୍ଷରୁ କୁହାଯାଇଛି କି ଚାଇନା ସରକାରଙ୍କ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ସ୍ପଷ୍ଟିକରଣ ଅଥବା କ୍ଷମା ଦିଆଯାଇ ନାହିଁ । ଏହି ଘଟଣାର ଏକ ଭିଡିଓ ବି ଭାଇରାଲ ହୋଇଛି, କୁହାଯାଉଛି କି ଭିଡିଓରେ ଦୃଶ୍ୟ ହେଉଥିବା ଖବରଦାତା ଲରେନ୍ସ ହିଁ ଅଟନ୍ତି । ଯାହାଙ୍କୁ ପୋଲିସ ନେଇ ଯାଉଛି ।

Share