ବଦଳିଯିବ ବାୟାବାବା କଲେଜ ଛାତ୍ର ସଂସଦ ଭୋଟ୍‌ ସମୀକରଣ !, ମଧ୍ୟାହ୍ନ ସୁଦ୍ଧା ୮୦ ପ୍ରତିଶତ ମତଦାନ

ମହାକାଳପଡ଼ା,୧୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ପ୍ରମୁଖ ଶିକ୍ଷନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ଭୋଟିଂ ଶାନ୍ତିଶୃଙ୍ଖଳା ଭାବେ ହେଉଛି। ମୋଟ୍‌ ୬୧୮ ଭୋଟରମାନଙ୍କର ମଧ୍ୟାହ୍ନ ସୁଦ୍ଧା ୮୦ ପ୍ରତିଶତ ମତଦାନ ହୋଇଛି ବୋଲି କୁହାଯାଉଛି। ବିଶେଷ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଛି ।ବିଶେଷ କରି ଏହି କଲେଜ ନିର୍ବାଚନ ବୁଧବାର ସନ୍ଧ୍ୟାରୁ ରାଜନୈତିକ ସମୀକରଣ ବଦଳିଛି ବୋଲି ଏକ ଶିବିରରେ ଖୁସି ବ୍ୟକ୍ତ ହେଉଥିବା ଦେଖିବାକୁ ମିଳୁଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମହାକାଳପଡ଼ା ଥାନା ଅଧିକାରିଣୀ ବନ୍ଦନା ପାତ୍ର ଓ କମ୍ବୁ ସାମୁଦ୍ରିକ ଥାନା ଅଧିକାରିଣୀ ଅନିତା ସ୍ବାଇଁଙ୍କ ସମେତ ଟିମ୍‌ ମୁତୟନ ରହିଛନ୍ତ। ରାଜ୍ୟ ସ୍ପେଶାଲ ବ୍ରାଞ୍ଚ ସ୍ବତନ୍ତ୍ର ଅଧିକାରୀ ଘଟଣା ଘଟଣାସ୍ଥଳରେ ଟିକ୍‌ନିକ୍‌ ତଥ୍ୟ ନଜର ରଖିଛନ୍ତି। ସ୍ବଚ୍ଛ ନିରପେକ୍ଷ ଅବାଧ ମତଦାନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଉଭୟ ଦଳର ଯୁବ ଗୋଷ୍ଠୀ କର୍ମୀମାନେ କ୍ୟାମ୍ପରେ ଡେରା ପକାଇ ଭୋଟରଙ୍କୁ ଉତ୍ସାହିତ କରୁଛନ୍ତି। ପୂର୍ବାହ୍ନ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହା ପରେ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି କୁହାଯାଉଛି। ସନ୍ଧ୍ୟା ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବ ବୋଲି କୁହାଯାଉଛି।

Dharitri – Odisha’s No.1 Odia Daily

Share