ଯୁଦ୍ଧ:୧,୬୦୦ ଟପିଲା ମୃତ୍ୟୁ

ଜେରୁଜେଲମ୍‌,୧୧ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧,୬୦୦ ଅତିକ୍ରମ କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଇସ୍ରାଏଲ୍‌ ସେନା ଆକ୍ରମଣରେ ୧୪୩ ଶିଶୁ ଓ ୧୦୫ ମହିଳାଙ୍କ ସମେତ ମୋଟ ୭୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୪,୦୦୦ରୁ ଅଧିକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ହମାସ୍‌ ବିଦ୍ରୋହୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ଅନୂ୍ୟନ ୯୦୦ ଲୋକ ନିହତ ହୋଇଥିବାବେଳେ ୨,୬୦୦ ଆହତ ହୋଇଛନ୍ତି। ଇସ୍ରାଏଲ୍‌ରୁ ୧,୫୦୦ ହମାସ୍‌ ବିଦ୍ରୋହୀଙ୍କ ମୃତଦେହ ମିଳିଥିବା ବେଳେ ଦେଶର ଦକ୍ଷିଣ ଭାଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିବା ସୈନ୍ୟବାହିନୀ ଦାବି କରିଛି। ଇସ୍ରାଏଲ୍‌ ଜୋର୍‌ଦାର ବୋମାମାଡ଼ ଜାରି ରଖିଥିବାରୁ ଗାଜାରୁ ୧,୮୭,୫୧୮ ଲୋକ ଜୀବନ ଭୟରେ ଘରଦ୍ୱାର ଛାଡ଼ି ପଳାଇଗଲେଣି ବୋଲି ଜାତିସଂଘ ମାନବୀୟ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୧,୩୭,୪୨୭ ଜଣ ୟୁଏନ୍‌ଆର୍‌ଡବ୍ଲ୍ୟୁଏର ୮୩ ସ୍କୁଲ୍‌ରେ ଆଶ୍ରୟ ନେଇଛନ୍ତି।
ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡାକୁ ଧ୍ୱଂସ କରିବାକୁ ସଂକଳ୍ପ କରିଛନ୍ତି। ସେ କହିଛନ୍ତି, ଆମେ ଯୁଦ୍ଧ ଚାହୁଁ ନ ଥିଲୁ, ଆମକୁ ଏଥିପାଇଁ ବାଧ୍ୟ କରାଯାଇଛି। ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରି ନ ଥିଲା, କିନ୍ତୁ ଏହାର ପରିସମାପ୍ତ ଘଟାଇବ ବୋଲି ସେ କହିଛନ୍ତି। ନେତାନ୍ୟାହୁ ହମାସ୍‌କୁ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ତୁଳନା କରିଛନ୍ତି। ହମାସ୍‌କୁ ପରାଜିତ କରିବା ଲାଗି ସବୁ ସଭ୍ୟତାର ଶକ୍ତି ଏକଜୁଟ ହେବେ ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି। ଗାଜା ଷ୍ଟ୍ରିପ୍‌କୁ ଚାରିପଟୁ ସମ୍ପୂର୍ଣ୍ଣ ଅବରୋଧ କରିବା ସହ ସେଠାକୁ ଖାଦ୍ୟ, ଇନ୍ଧନ, ବିଦ୍ୟୁତ୍‌ ବନ୍ଦ କରିଦେବ ବୋଲି ସୋମବାର ଇସ୍ରାଏଲ୍‌ କହିଥିଲା। ଇତିମଧ୍ୟରେ ଗାଜାକୁ ଇସ୍ରାଏଲ୍‌ ବିଦ୍ୟୁତ୍‌ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଗାଜାର ନିରୀହ ଲୋକଙ୍କ ଘର ଉପରେ ଇସ୍ରାଏଲ୍‌ ବୋମାମାଡ଼ କଲେ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ହମାସ୍‌ ମୁଖପାତ୍ର ଅବୁ ଉବାଇଡା କହିଛନ୍ତି। ଏହାର ଜବାବରେ ହମାସ୍‌ ବନ୍ଦୀ କରି ରଖିଥିବା ଇସ୍ରାଏଲୀଙ୍କ ମୁଣ୍ଡକାଟ କରିବ ବୋଲି ସୋମବାର ଧମକ ଦେଇଥିଲା। ଇତିମଧ୍ୟରେ ଇସ୍ରାଏଲ୍‌କୁ ଆମେରିକା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇ ଦେଇଥିବାବେଳେ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ୍‌ ରୁଷିଆ ଗସ୍ତରେ ଯିବେ ବୋଲି ଆଶା କରାଯାଉଛି। ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଅନୂ୍ୟନ ୧୧ ଆମେରିକୀୟ ନିହତ ହେଲେଣି। ହମାସ୍‌ ଅପହରଣ କରିନେଇଥିବା ଲୋକଙ୍କ ମଧ୍ୟରେ ଆମେରିକୀୟ ଥାଇପାରନ୍ତି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।
ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲି ଓ ବ୍ରିଟେନ୍‌ ଯୁଦ୍ଧରେ ଇସ୍ରାଏଲ୍‌କୁ ସମର୍ଥନ କରୁଥିବା ମଙ୍ଗଳବାର ଏକ ମିଳିତ ବିବୃତିରେ ଘୋଷଣା କରିଛନ୍ତି। ହମାସ୍‌ର ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନର କୌଣସି ଯଥାର୍ଥତା ନାହିଁ। ଏହା ବିଶ୍ୱବ୍ୟାପୀ ନିନ୍ଦା କରାଯିବା ଆବଶ୍ୟକ। ଏଭଳି ଅତ୍ୟାଚାରରୁ ଆମେ ଆମ ନାଗରିକମାନଙ୍କ ସୁରକ୍ଷା ପାଇଁ ଇସ୍ରାଏଲ୍‌ର ଉଦ୍ୟମକୁ ସମର୍ଥନ କରୁଛୁ ବୋଲି ଉପରୋକ୍ତ ଦେଶଗୁଡ଼ିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri