ବଟେଶ୍ୱର ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ: ହୋଇଥିଲା ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ

ଗଞ୍ଜାମ,୩।୧ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ନିର୍ମାଣାଧୀନ କାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡିଛି। ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଘୋର ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି । ଗୁରୁବାର ନୂତନ ବର୍ଷ ଯୋଗୁ ବଟେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼ ହେଉଥିବାବେଳେ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ରାସ୍ତା ପାର୍ଶ୍ୱରେ ଖୋଳା ଯାଇଥିବା ଯୋଗୁ ଯାନବାହାନ ଯିବା ଆସିବାରେ ଆସୁଥିବା ସୃଷ୍ଟି ହେଉଛି । ଏକ ମାସ ହେଲା ଖୋଳା ହୋଇ ପଡ଼ିଥିବା ଯୋଗୁ ଠିକାଦାର ଜଣକ ଉକ୍ତ କାର୍ଯ୍ୟ ପାଇଁ ତତ୍ପରତା ନଥିବା ଜଣାପଡୁଛି । ଏହା ବିଳମ୍ବ ଯୋଗୁ ଦୁର୍ଘଟଣା ମଧ୍ୟ ହେଉଛି। ଯାହାକୁ ନେଇ ସାଧାରଣରେ ମଧ୍ୟ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ବର୍ତ୍ତମାନ ପିକନିକ ପାଇଁ ପର୍ଯ୍ୟଟକ ପ୍ରତ୍ୟେକ ଦିନ ଆସୁଥିବା ବେଳେ ରାସ୍ତା ପାଇଁ ସମସ୍ୟା ସୃଷ୍ଟି ହେଉଛି । ପ୍ରଶାସନ ପକ୍ଷରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ୬ ଖଣ୍ଡ ଗ୍ରାମର ଜନସାଧାରଣ ପକ୍ଷରୁ ଦାବି ହେଉଛି । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି । ରାସ୍ତା ନିର୍ମାଣ ପାଇଁ ଉକ୍ତ ବିଭାଗ ପକ୍ଷରୁ ଅର୍ଥ ବ୍ୟୟବରାଦ ହୋଇଛି । ପ୍ରାୟ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଣକ ନିର୍ମାଣ କାର୍ଯ୍ୟ ଠିକ ଭାବେ ତ୍ୱରାନ୍ବିତ କରୁନାହାନ୍ତି। ଫଳରେ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ବଟେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଆଗାମୀ ଦିନରେ ବିଳମ୍ବ ହେଲେ ଜିଲାପାଳ ଏବଂ ବିଭୀଗୀୟ ଉଚ୍ଚ କର୍ତ୍ତ୍‌ୃପକ୍ଷଙ୍କୁ ଅବଗତ କରିଯିବା ନେଇ ନିଷ୍ପତ୍ତି ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟରଲ୍‌ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସହଜ ଉପାୟ…

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ନିୟନ୍ତ୍ରଣରେ ରହିବା ନିହାତି ଦରକାର। ତେବେ ଏହାର ଏକ ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି। ତାହା...

ଆଣ୍ଟିବାୟୋଟିକ୍‌ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌ ହୋଇପାରେ..

କେତେକ ରୋଗରୁ ଉପଶମ ପାଇବା ଲାଗି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ରୋଗର କାରଣକୁ ଭଲ ଭାବରେ ତର୍ଜମା କରି ସେ...

ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଦୀପିକା

ବଲିଉଡର ସବୁଠାରୁ ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦୀପିକା ପାଦୁକୋଣ ଅନ୍ୟତମ। ଦୀପିକି ନିଜ ଜନ୍ମଦିନ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଜଣେ ଅଭିନେତ୍ରୀ, ପ୍ରଯୋଜକ,...

ବବି ଦାସଙ୍କୁ କଡ଼ା କାଉଣ୍ଟର କଲେ ପ୍ରୀତିରଞ୍ଜନ ଘଡ଼ାଇ, କହିଲେ କୋରେଇରେ ଯେଉଁମାନେ ଥିଲେ ସମସ୍ତେ…

ଯାଜପୁର,୫ା୧: ବିଜେଡି ନେତା ବବି ଦାସଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବବି କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌...

ଅଭିଯୋଗ ଶୁଣାଣିକୁ ବିଳମ୍ବରେ ଆସିଲେ ଅଧିକାରୀ, ବାହାର କରିଦେଲେ ଜିଲାପାଳ

ରାୟଗଡା,୫/୨(ଆଶିଷ ରଞ୍ଜନ ପଣ୍ଡା)- ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କିଛି ଜିଲାସ୍ତରୀୟ ଅଧିଳାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା...

ଶିକ୍ଷା ସହିତ ମନୋରଞ୍ଜନ ନିତ୍ୟାନ୍ତ ଆବଶ୍ୟକ କହିଲେ ବିଧାୟକ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ପିଏମ୍‌ ଶ୍ରୀ ମହେଶ୍ଚନ୍ଦ୍ର ସୁବହୁସିଂହ ନୋଡାଲ ବିଦ୍ୟାପୀଠଠାରେ ସୋମବାର ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପରଜଙ୍ଗ ବିଧାୟକ...

ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାପରେ ପାଲଟା ପଦକ୍ଷେପ, ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୫।୧: ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାସନ୍ଦ କରାଯିବା ପରେ ବାଂଲାଦେଶ ବିଚଳିତ ଅବସ୍ଥାରେ ଅଛି। ଏହି ଘଟଣାର ପ୍ରତିକ୍ରିୟାରେ ବାଂଲାଦେଶ କ୍ରିକେଟ୍ ଅଜବ...

ଗାଁରେ ପଶି ଦଳିତଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ : ପହଞ୍ଚିଗଲେ ଲୋକେ, ପରେ..

ପରଜଙ୍ଗ, ୫।୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦଳିତ ବସ୍ତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri