ଗଞ୍ଜାମ,୧୪ା୫(ବିଦ୍ୟାଧର ସାହୁ): ବିରଳ ଅଲିଭ୍ ରିଡେଲ କଇଁଛଙ୍କ ମିଳନ, ଗଣ ଅଣ୍ଡାଦାନ ଏବଂ ପରେ ଛୁଆ କଇଁଛଙ୍କ ସମୁଦ୍ରକୁ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବେଳାଭୂମିକୁ ସର୍ବସାଧାରଣ ଯାତାୟାତ ନିଷେଧ କରାଯାଇଥିଲା। ଯାହା ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ସ୍ଥିତ ବଟେଶର ମନ୍ଦିର ବେଳାଭୂମି ଦୀର୍ଘଦିନ ଧରି ବନ୍ଦ ରହିଥିଲା। ପୂର୍ବରୁ କଇଁଛମାନଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। କଇଁଛ ଆସିବା, ଅଣ୍ଡାଦାନ ଓ ସମୁଦ୍ର ଭିତରକୁ ଯିବା ପର୍ଯ୍ୟନ୍ତ ବେଳାଭୂମିକୁ କୌଣସି ପର୍ଯଟନ ଆସିବାକୁ ବାରଣ କରାଯାଇଥିଲା। ଯାହା ଫଳରେ ମନ୍ଦିରକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ସମୁଦ୍ର ବେଳାଭୂମିକୁ ଯାଇ ନ ଥିବାରୁ ପର୍ଯ୍ୟଟକଙ୍କ ମନ ମଉଳି ଯାଇଥିଲା। ଫଳରେ ପର୍ଯ୍ୟଟକ ମନ୍ଦିରକୁ ଆସି ଫେରି ଯାଉଥିଲେ। ବାର୍ତ୍ତମାନ ସମୁଦ୍ର ବେଳାଭୂମିରେ ବୁଲି ପାରିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ବଟେଶ୍ୱର ମନ୍ଦିର ପରିଚାଳନା କମିଟି ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏସମ୍ପର୍କରେ ଫରେଷ୍ଟର ତପନ ନନ୍ଦ କହିଛନ୍ତି ବର୍ତ୍ତମାନ ମଧ୍ୟ କିଛି ଅଣ୍ଡା ବାଲିରେ ପୋତି ହୋଇ ରହିଛି। ସପ୍ତାହ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିବେ। ତେଣୁ ଏଥିପ୍ରତି ପର୍ଯ୍ୟଟକମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି।


