Posted inଫୁରସତ

ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି ଅହିଂସା। ଅତି ପ୍ରାଚୀନ କାଳରୁ ପୃଥିବୀର ବିଭିନ୍ନ ସଭ୍ୟତା ଅହିଂସା ସମ୍ପର୍କରେ ଭଲଭାବେ ଅବଗତ ହୋଇଥିଲେ। ଅହିଂସା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଦୀର୍ଘସ୍ଥାୟୀ ବୋଲି ମଧ୍ୟ ମାନବ ସମାଜକୁ ଭଲ ଭାବେ ଜଣାଥିଲା। ଶାନ୍ତି ପ୍ରେମ ଦ୍ୱାରା ହୃଦୟକୁ ଜୟ କରି ହୋଇଥିବା ବିଜୟ ହିଁ ପ୍ରକୃତ ମାନବିକତାକୁ ପ୍ରତିପାଦିତ କରିପାରିଥାଏ। ରୋମ୍‌ରେ ପ୍ରେମ ଅହିଂସା ମଧ୍ୟରେ ଶାନ୍ତି ସ୍ଥାପନାର ବାର୍ତ୍ତା ନେଇ ତୃତୀୟ ଶତାବ୍ଦୀରେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ ଅଭିଯାନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହା ପୃଥିବୀରେ ପ୍ରସାରିତ ହୋଇଥିଲା। ସେହିପରି ବୁଦ୍ଧଦେବଙ୍କର ଅହିଂସା ବାଣୀ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରାଇ ପାରିଥିଲା। ଏଥିରୁ ସ୍ବତଃ ପ୍ରତିପାଦିତ ହୋଇଥାଏ ଯେ, ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ଭବ। ଫଳରେ ସାରା ପୃଥିବୀରେ ପରଶ୍ରୀକାତରତା, ମତଭେଦ, ଯୁଦ୍ଧ, ଆତଙ୍କବାଦ ଦୂର ହୋଇ ଗୋଟିଏ ବୃହତ୍‌ ପରିବାର ଗଠନର ପରିକଳ୍ପନା ବାସ୍ତବ ରୂପ ନେଇପାରିବ। ଏହାକୁ ହୃଦୟଙ୍ଗମ କରି ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୮୧ରେ ଶାନ୍ତି ଓ ଅହିଂସା ଦିବସ ପାଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାର ଦୁଇ ଦଶନ୍ଧି ପରେ, ୨୦୦୧ରେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୧କୁ ଶାନ୍ତି ଓ ଅହିଂସା ଦିବସ ଭାବେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ସେବେଠାରୁ ପ୍ରତି ବର୍ଷ ଏହି ଦିନ ଶାନ୍ତି ଏବଂ ଅହିଂସା ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି; ଯାହାଦ୍ୱାରା ପୃଥିବୀ ଯୁଦ୍ଧଠାରୁ ଦୂରେଇ ଆସିବ ଏବଂ ବିଭିନ୍ନ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri