ଠପ୍‌ ହୋଇଗଲା ଜନଜୀବନ

ଯାଜପୁର ରୋଡ୍‌,୨୦ା୪(ଡି.ଏନ.ଏ.): ଯାଜପୁର ଜିଲାର ବ୍ୟାସନଗର ସହର ପ୍ରତି ଉପେକ୍ଷା ଓ ୫ ଦଫା ଦାବି ନେଇ ନାଗରିକ କମିଟି ଦ୍ୱାରା ବିଭିନ୍ନ ଗଣ ସଂଗଠନକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୁଧବାର ଦିଆଯାଇଥିବା ବନ୍ଦ ଡାକରା ସଫଳ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ବ୍ୟାପକ ଜନସମର୍ଥନରୁ ବନ୍ଦକୁ ଅଭୂତପୂର୍ବ ସଫଳତା ମିଳିଛି। ଦୋକାନ, ବଜାର, ମହଲ, ସରକାରୀ, ବେସରକାରୀ ଦପ୍ତର, ବ୍ୟାଙ୍କ ବୀମା କାର୍ଯ୍ୟlଳୟ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ବନ୍ଦ ରହିବା ସହ ଜନ ଜୀବନ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ବସ ସେବା ଓ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲୋକମତ ନିକଟରେ ପୋଲିସ ଓ ପ୍ରଶାସନ ହାତଟେକି ଦେଇଥିଲେ।
ସହର ପ୍ରତି ଉପେକ୍ଷା, ଟିକସ ବୃଦ୍ଧି, ଫ୍ଲାଏ ଓଭର ନିର୍ମାଣ, ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ଆଦି ୫ ଦଫା ଦାବିକୁ ନେଇ ୧୫ ଦିନର ଧାରଣା ପରେ ବ୍ୟାସନଗର ନାଗରିକ କମିଟି ସମେତ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ବ୍ୟାସନଗର ବନ୍ଦ କରାଯାଇଥିଲା। ସହର ପ୍ରତି ଉପେକ୍ଷାକୁ ସହର ବାସି ବରଦାସ୍ତ କରିବେ ନାହିଁ ବୋଲି ବନ୍ଦରୁ ଏହା ପ୍ରମାଣିତ ହୋଇଛି। ହୋଲଡିଂ ଟିକସର ଅହେତୁକ ବୃଦ୍ଧିକୁ ପ୍ରତ୍ୟାହାର, ରେଳ ଫ୍ଲାଏ ଓଭର ଓ ଗଳିପୋଲ, ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ବନ୍ଦୋବସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଲୋକଙ୍କୁ ପଟ୍ଟା ପ୍ରଦାନ କରିବା ଓ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନିର୍ମାଣ ଓ ସର୍ବୋପରି ଅହେତୁକ ବିଦ୍ୟୁତ୍‌ କାଟର ପ୍ରତିବାଦ କରି ଅତିରିକ୍ତ ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ଗତ ୫ ତାରିଖରୁ ୧୫ ଦିନ ଧରି ଏହି ଧାରଣା ଚାଲି ଆସିଥିଲା। ହେଲେ ଧାରଣାସ୍ଥଳକୁ ପ୍ରଶାସନିକ ଅଧିକାରୀ କିମ୍ବା ରାଜନୈତିକ ବ୍ୟକ୍ତି ବିଶେଷ ଆସି ଆଲୋଚନା କରିବାକୁ ଉଚିତ ମଣି ନ ଥିଲେ। ଧାରଣା ପୂର୍ବରୁ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କୁ ସହରବାସୀଙ୍କ ନ୍ୟାଯ୍ୟ ଦାବି ସମ୍ପର୍କରେ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ପ୍ରଶାସନ ଓ ସରକାର କୌଣସି ପ୍ରତିକାର ନ କରି ନିଦାବିଷ୍ଣୁ ସାଜିଥିଲେ। ଏହାର ଫଳ ସ୍ବରୂପ ସ୍ବତଃସ୍ପୂତ୍ତ ଭାବରେ ବନ୍ଦ ଡାକରାକୁ ବିପୁଳ ଜନ ସମର୍ଥନ ମିଳିଥିଲା।
ବନ୍ଦକୁ କଂଗ୍ରେସ, ଭାଜପା ସମର୍ଥନ ଜଣାଇଥିବାବେଳେ ଶାସକ ବିଜେଡି ଏହାକୁ ଖୋଲା ସମର୍ଥନ ଦେଇ ନ ଥିଲେ ମଧ୍ୟ କେତେଜଣ ବିଜେଡି ପାରିଷଦଙ୍କ ଭିତିରିଆ ସମର୍ଥନ ଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକଙ୍କ ସହରବାସୀଙ୍କ ଦାବିପ୍ରତି ଅହେତୁକ ଉଦାସୀନତା ତଥା ଆଜ୍ଞାତବାସ ସାଧାରଣରେ ବିଧାୟକଙ୍କ ପ୍ରତି ଆକ୍ରୋଶ ସୃଷ୍ଟି କରିଛି। ସହରବାସୀ ଧୂଳିଧୂଆଁରେ ସଢୁଥିବା ବେଳେ ୨୦୧୫ରେ ଆରମ୍ଭ ହୋଇଥିବା ଜିଲା ଖଣିଜ ପାଣ୍ଠିରେ ୨୦୨୧ରୁ ବ୍ୟାସନଗର ସହରକୁ ଅନ୍ତର୍ଭୁକ୍ତ କରାଯାଇଛି। ମାତ୍ର ଜମି ଅଧି ଗ୍ରହଣ ନ କରି ଜୋରଜବରଦସ୍ତ ବ୍ୟାସସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜିଲା ଖଣିଜ ପାଣ୍ଠି ଦ୍ୱାରା କରାଯାଉଥିବାରୁ ଏନ୍‌ଜିଟି ପକ୍ଷରୁ କାମ ବନ୍ଦ କରାଯାଇଛି। ସହରବାସୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଏହି ବନ୍ଦରେ ଦେଖିବାକୁ ମିଳିଥିଲା। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସହରବାସୀ ସେମାନଙ୍କ ପ୍ରତିବାଦ ବନ୍ଦ ମାଧ୍ୟମରେ ଜଣାଇଥିଲେ। କ୍ରିୟାନୁଷ୍ଠାନ କମିଟିର ଆବାହକ ୧୪ ଜଣଙ୍କ ନାମରେ ଜିଲା ପୋଲିସ ପକ୍ଷରୁ ୧୦୭ ଦଫାରେ ମକଦ୍ଦମା କରି ବନ୍ଦ ପୂର୍ବ ସାରେ ନୋଟିସ କରାଯାଇଥିଲା। ନାଗରିକ କମିଟିର ସଭାପତି ଡ. ହେମନ୍ତ କିଶୋର ସାହୁ, ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ବିଦ୍ୟାଧର ମହାନ୍ତି, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ଦୁଷ୍ମନ୍ତ ନାୟକ, ସଦାଶିବ ଦାସ, ରାଜେନ୍ଦ୍ର ବିଶ୍ୱାଳ, ଚନ୍ଦ୍ରମଣି ସାମଲ, ହୃଦାନନ୍ଦ ସାମଲ, ପ୍ରଫୁଲ୍ଲ ନାୟକ, ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ହୃଷୀକେଶ ସାହୁ ଓ ସାମ୍ବାଦିକ ପୀତବାସ ଭୁୟଁା ପ୍ରମୁଖଙ୍କ ନାମରେ ପୋଲିସ ମିଛ ମାମଲା ରୁଜୁ କରିବାକୁ ସହରବାସୀ ନାପସନ୍ଦ କରିଛନ୍ତି। ବୁଧବାର ସେମାନେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହଜାରହୋଇ ଜାମିନରେ ଆସିଛନ୍ତି। ବନ୍ଦ ଶାନ୍ତିପୂର୍ଣ୍ଣ ଭବେ ଚାଲିଥିଲାବେଳ ଏହି କେଶ କରିବା ନିନ୍ଦନୀୟ। ତୁରନ୍ତ ଏହାର ପତ୍ୟାହାର ପାଇଁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି। ସହର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ତ୍ରୀବତର ହେବ ବୋଲି ସୂଚାଇ ଦିଆଯାଇଛି। ଏହି ବନ୍ଦରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଆରତି ସ୍ବାଇଁ, ପ୍ରମୋଦ ପରିଡ଼ା, ପଦ୍ମନାଭ ସ୍ବାଇଁ, ଭାଜପାର ପ୍ରସନ୍ନ କୁମାର ସାମଲ, ନିତ୍ୟାନନ୍ଦ ମହାଳିକ, ପ୍ରଶାନ୍ତ ବୋଇତାଇ, ନିରଞ୍ଜନ ଘଡେଇ, ଅଶୋକ କୁମାର ବଳଙ୍କ ସମେତ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ, ସହରର ବୁଦ୍ଧିଜୀବୀ, ଯୁବକ ଏବଂ ଜନସାଧାରଣ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri