Categories: ଜାତୀୟ

କର୍ନାଟକରେ ପୁଣି ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ମୁଖିଆ

ବାଙ୍ଗାଲୁରୁ,୨୭।୭: ମଙ୍ଗଳବାର କର୍ନାଟକକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଭାଜପା ବିଧାୟକଙ୍କ ବୈଠକରେ ବାସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ସୋମବାର ଇସ୍ତଫା ଦେଇଥିବା ବି ଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ସରକାରରେ ବୋମାଇ ଗୃହମନ୍ତ୍ରୀ ଦାୟିତ୍ୱରେ ଥିଲେ। ସୋମବାର ୟେଦୁରପ୍ପାଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଥିଲେ ବୋମାଇ।

ୟେଦୁରପ୍ପାଙ୍କ ଭଳି ବୋମାଇ ମଧ୍ୟ ସାଦରା ଲିଙ୍ଗାୟତ ସମ୍ପ୍ରଦାୟର। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଘନିଷ୍ଠ। ତାଙ୍କ ବାପା ଏସ୍‌ ଆର ବୋମାଇ ମଧ୍ୟ କର୍ନାଟକର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୮ରେ ଭାଜପାରେ ଯୋଗଦେବା ପରେ ଗୃହମନ୍ତ୍ରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳି ସାରିଛନ୍ତି। ପେଶାରେ ଇଞ୍ଜିନିୟର ବୋମାଇ ହାଭେରୀ ଜିଲାର ଶିଗଗାଓଁରୁ ବିଧାୟକ ଅଛନ୍ତି। ସୂଚନା ଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ାଙ୍କ ପୁଅ କୁମାରସ୍ବାମୀ କର୍ନାଟକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Share