ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି ଘଟଣାକୁ ନେଇ ପୁଣି ଥରେ ଦେଶ ବନାମ କ୍ଲବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବରୁଣ ମ୍ୟାଚ୍ରେ ଯନ୍ତ୍ରଣାରେ ଥିବା ଜଣାପଡ଼ୁଥିଲେ ମଧ୍ୟ ବୋଲିଂ କରିବା ଜାରି ରଖିଥିଲେ। ଏନେଇ ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ ଅସନ୍ତୋଷ ବ୍ୟକ୍ତ କରିପାରେ। କାରଣ ଆସନ୍ତା ମାସରେ ଭାରତୀୟ ଦଳକୁ ଡବ୍ଲିନ ଓ ଇଂଲଣ୍ଡରେ ୭ ଟି୨୦ ମ୍ୟାଚ୍ ଖେଳିବ।
ଘଟଣା ସମ୍ପର୍କରେ ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, ଜଟଣା ଦମ୍ପର୍କରେ ଜଣାଅଛି। କେକେଆର ଫିଜିଓ ଟିମ୍ ଇଣ୍ଡିଆ ଫିଜିଓ କମଲେଶ ଜୈନଙ୍କ ସହ ଯୋଗାଯୋଗରେ ଅଛନ୍ତି।
ଗତ ମ୍ୟାଚ୍ରେ ଏକ ବାଉଣ୍ଡ୍ରି ବଞ୍ଚାଇବାକୁ ଉଦ୍ୟମ କଲା ବେଳେ ବରୁନଙ୍କ ବାମ ପାଦରେ ଆଘାତ ଲାଗିଥିଲା। ଏ ନେଇ କେକେଆର ପକ୍ଷରୁ ବିସିସିଆଇକୁ ଜଣାଇ ଦିଆଯାଇଥିଲା। ହେୟାରଲାଇନ ଫ୍ରାକଚର ହୋଇଥିବା ଜଣାପଡ଼ିଛି। ବରୁଣ ଜଣେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି। ଏଣୁ ତାଙ୍କ ଫିଟ୍ନେସ ବୋର୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏନେଇ ବିସିସିଆଇ ମେଡିକାଲ ଦଳ ଏଥିରେ ହସ୍ତକ୍ଷେପ କରିପାରେ। ଜୈନ କେକେଆର ମେଡିକାଲ ଦଳକୁ ଉତ୍ତର ମାଗିପାରନ୍ତି।
ଇଞ୍ଜୁରୀ କାରଣରୁ ବରୁନଙ୍କୁ ଆର୍ସିବି ବିପକ୍ଷ ମ୍ୟାଚ୍ରେ ବିଶ୍ରାମ ଦିଆଯାଇଥିଲା। କିନ୍ତୁ ତାଙ୍କୁ ଶନିବାର ଖେଳାଯାଇଥିଲା। ଅନ୍ୟପକ୍ଷେ କେକେଆରର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହିଛି। ଜଣେ ଖେଳାଳି ଯନ୍ତ୍ରଣାରେ ଥାଇ ଖେଳିବାକୁ ନିଷ୍ପତ୍ତି ନେଇପାରନ୍ତି। କିନ୍ତୁ ଏହା ଉଚିତ କି। ବିସିସିଆଇ ଫ୍ରାଞ୍ଚାଇଜକୁ ଏଭଳି ନିଷ୍ପତ୍ତିକୁ ଅନୁମତି ଦେବ ନାହିଁ। ବିସିସିଆଇ ନିଶ୍ଚିତ ଭାବେ ବରୁଣଙ୍କୁ ପରବର୍ତ୍ତୀ ଦୁଇ ମ୍ୟାଚ୍ରୁ ବିଶ୍ରାମ ଦେବାକୁ କହିବ।