ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ

କଟକ ଅଫିସ,୧୭।୧୦: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ତୁଟିବାର ନାଁ ନେଉନାହିଁ। ସୋମବାର ଉଭୟ ପୁଣି ଥରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିବା ବେଳେ ଆଜି ବି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ସମ୍ପର୍ଣ୍ଣ ହୋଇପାରିନାହିଁ । ସାକ୍ଷ୍ୟ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ ସମ୍ଭବ ହୋଇପାରି ନ ଥିବା ଜଣାପଡିଛି। ଏହାସହ କୋର୍ଟ ଅନୁଭବଙ୍କ ରିଭ୍ୟୁ ପିଟିସନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।