ବର୍ଷା-ଅନୁଭବ ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର,୭।୨(ବ୍ୟୁରୋ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ଥମିବାର ନାଁ ନେଉନାହିଁ । ବର୍ଷାଙ୍କ ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତିି। ଏହି ମାମଲାରେ ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ପକ୍ଷରୁ ନୋଟିସ କରାଯାଇଛିି। ଏମ୍‌ପି ଅନୁଭବଙ୍କ ସହ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକଙ୍କୁ ନୋଟିସ ହୋଇଛି। ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବର୍ଷାଙ୍କ ଠାରୁ ସ୍ପାଉସ୍‌ କାର୍ଡ ଫେରାଇ ନେବାକୁ ଅନୁଭବ ପାର୍ଲାମେଣ୍ଟଙ୍କୁ ଜଣାଇଥିଲେ । ଏ ନେଇ ପାର୍ଲାମେଣ୍ଟ ସେକ୍ରେଟାରିଏଟ୍‌ ପକ୍ଷରୁ ବର୍ଷାଙ୍କୁ ନୋଟିସ ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।