ତିକ୍ତତାର ଅଠା ଖିଅରେ ବର୍ଷା-ଅନୁଭବ

ଉତ୍ତମ-ଅପରାଜିତା, ବିଜୟ-ତନ୍ଦ୍ରା, ଶ୍ରୀରାମ-ତ୍ରିପୁରା, ସିଦ୍ଧାନ୍ତ-ମାମା, ଦୁଷ୍ମନ୍ତ-କାଜଲ, ବବି-କୋଏଲଙ୍କ ପରେ ଅନୁଭବ-ବର୍ଷା। ରିଲ୍‌ ଲାଇଫ୍‌ରୁ ରିଏଲ ଲାଇଫ୍‌ର ଯାତ୍ରାକୁ ନେଇ ଏହି ଯୋଡ଼ିଙ୍କ ନଁା ଚର୍ଚ୍ଚାରେ। ହେଲେ ଏବେ ରାଜ୍ୟର ବେଶ୍‌ ପରିଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦକୁ ନେଇ ସବୁଆଡେ ଚର୍ଚ୍ଚା। କଟକ କିଲା ପଡ଼ିଆର ଚା’ ଖଟି ହେଉ କି ବାଲେଶ୍ୱରର ଚାନ୍ଦିପୁର। ଉଭୟଙ୍କ ଲମ୍ବା ଅଭିଯୋଗକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଚାଲିଛି ଆଲୋଚନା ଓ ତର୍କ। ଏମାନଙ୍କ ସମ୍ପର୍କର ସୂତା ତିକ୍ତତାର ଅଠାରେ ଛନ୍ଦି ହୋଇଯାଇଛି। କୋର୍ଟରେ ପହଞ୍ଚିଛି ଏହି ଚର୍ଚ୍ଚିତ ଯୋଡ଼ିଙ୍କ ତିକ୍ତତାର କାହାଣୀ।

କଟକ ଅଫିସ,୮।୯: ୨୦୧୪ ଫେବୃୟାରୀ ୮ ତାରିଖରେ ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ଓ ଚୁଲ୍‌ବୁଲି ନାୟିକା ବର୍ଷା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଧୁମ୍‌ଧାମ୍‌ରେ ଭୁବନେଶ୍ୱରରେ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ସେହିବର୍ଷ ଜୁନ୍‌ ମାସରେ ବିଜେଡି ପକ୍ଷରୁ ଅନୁଭବଙ୍କୁ ଯେବେ ରାଜ୍ୟ ସଭା ସଦସ୍ୟ ଭାବେ ପଠାଗଲା, ଅନୁଭବଙ୍କ ପାଇଁ ବର୍ଷା ଲକି ବୋଲି ସାଧାରଣରେ କୁହାଯାଇଥିଲା। ଇତିମଧ୍ୟରେ ଉଭୟଙ୍କ ବୈବାହିକ ଜୀବନ ୬ବର୍ଷ ଅତିକ୍ରମ କରି ସାରିଛି। ହେଲେ ବିବାହର ୧୮ ମାସ ପରଠୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଅଭିଯୋଗପତ୍ରରୁ ଜଣାପଡିଛି।
ଅଭିନେତ୍ରୀ ବର୍ଷା ଗତ ଅଗଷ୍ଟ ୭ ତାରିଖରେ କଟକସଦର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ଅଭିଯୋଗପତ୍ର ଦାଖଲ କରିଥିଲେ। ଏଥିରେ ସେ ଦର୍ଶାଇଛନ୍ତି, ଉଭୟ କଟକର ବାସିନ୍ଦା ଓ ବୈଦିକ ରୀତିରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ସମୟରେ ବର୍ଷାଙ୍କ ପରିବାର ଲୋକେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ବିବାହ ଦିନ ୨ହଜାର ବରଯାତ୍ରୀଙ୍କୁ ଚାନ୍ଦିର ମୁଦ୍ରା ଦିଆଯାଇଥିଲା। ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ଏମାନେ ସ୍ବାମୀ-ସ୍ତ୍ରୀ ଭାବେ ରହି ଆସୁଥିଲେ। ବିବାହ ପରଠାରୁ ଅନୁଭବଙ୍କ ସହିତ ବର୍ଷା ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ ତାଙ୍କୁ ଟଙ୍କାଟିଏ ବି ପାରିଶ୍ରମିକ ଦିଆଯାଇନାହିଁ। ଏପରି କି କୌଣସି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁଭବଙ୍କ ପରିବାର ପକ୍ଷରୁ ତାଙ୍କୁ ବାରଣ କରାଯାଉଥିଲା। ଯାହାକି ଏକପ୍ରକାର ନିର୍ଯାତନା ଥିଲା। ଏଥିସହିତ ବର୍ଷା ଦର୍ଶାଇଛନ୍ତି ଯେ, ଅନୁଭବ ଜଣେ ପେସାଦାର ମଦ୍ୟପ। ସେ ମଦ୍ୟପାନ କରିବାବେଳେ ନିଜ ଦାୟିତ୍ୱକୁ ଭୁଲି ଯାଆନ୍ତି ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରନ୍ତି। ରାତିତମାମ ବର୍ଷା କାନ୍ଦୁଥିବାବେଳେ ଅନୁଭବ ମଦ୍ୟପାନରେ ବ୍ୟସ୍ତ ରୁହନ୍ତି। ଗତ ମେ’ ୨୫ ପର୍ଯ୍ୟନ୍ତ ଅନୁଭବ ଓ ତାଙ୍କ ପରିବାର ଦିଲ୍ଲୀରେ ଲକ୍‌ଡାଉନରେ ଫସିଥିଲେ। ଏହି ସମୟରେ ବର୍ଷା ଏକୁଟିଆ କଟକରେ ଥିବାବେଳେ ତାଙ୍କ ଭଲମନ୍ଦ କଥା କେହି ବୁଝି ନ ଥିଲେ ବୋଲି ବର୍ଷା ଅଭିଯୋଗ କରିଛନ୍ତି । ସମ୍ପର୍କକୁ ବଞ୍ଚାଇବା ପାଇଁ ବର୍ଷା ବହୁତ ଚେଷ୍ଟା କରିଥିଲେ। ହେଲେ ଗତ ଜୁନ୍‌ ୭ରେ ଅନୁଭବ ଓ ତାଙ୍କ ବାପା ୨ ଘଣ୍ଟା ଧରି ଗାଳିଗୁଲଜ କରିଥିଲେ ବୋଲି ବର୍ଷା କହିଛନ୍ତି। ବର୍ଷା କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ-୨୦୦୫ ଆଧାରରେ ଏକ ଏତଲା ଦେଇଥିଲେ। ଭରଣପୋଷଣ ବାବଦକୁ ବର୍ଷା ୧୫ କୋଟି ଟଙ୍କା ବର୍ଷା ଦାବି କରିଛନ୍ତି। ସେଥିମଧ୍ୟରେ ୧୩ କୋଟି ଟଙ୍କା କ୍ଷତିପୂରଣ ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା ଦର୍ଶାଇଛନ୍ତି। ଏହାଛଡା ମାସିକ ୨୦ ହଜାର ଟଙ୍କା ଘର ଭଡ଼ା ଓ ଚଳିବା ପାଇଁ ମାସିକ ଖର୍ଚ୍ଚ ୫୦ ହଜାର ଟଙ୍କା ଦେବାକୁ ବର୍ଷା ପିଟିଶନରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଗତ ଜୁଲାଇ ୭ ତାରିଖରେ ବର୍ଷାଙ୍କ ବିରୋଧରେ ଛାଡ଼ପତ୍ର ଆବେଦନ କରିଥିବା ଜଣାପଡିଛି। ୪୭ ପୃଷ୍ଠା ସମ୍ବଳିତ ଉକ୍ତ ଆବେଦନରେ ଅନୁଭବ ତାଙ୍କ ପାରିବାରିକ ବିବାଦର ଅନେକ କଥା ଉଲ୍ଲେଖ କରିଛନ୍ତି। ବର୍ଷା ଓ ଅନୁଭବ ଗୋଟିଏ କଲେଜରେ ପାଠ ପଢୁଥିଲେ। ଏକ ହନୁମାନଚାଳିଶା କାର୍ଯ୍ୟକ୍ରମରେ ଉଭୟଙ୍କର ପରିଚୟ ହୋଇଥିଲା। ପରେ ସମ୍ପର୍କ ମଜଭୁତ ହେବା ସହ ଉଭୟ ବିବାହ କରିଥିଲେ। ବର୍ଷା ସାଧାରଣ ଜୀବନ ବଞ୍ଚିବାରେ ସହଯୋଗ କରୁ ନ ଥିଲେ। ଏପରି କି ଶାରୀରିକ ସମ୍ପର୍କ ରଖିବାକୁ ରାଜି ହେଉ ନ ଥିଲେ। ବିବାହର ପ୍ରଥମ ରାତିରୁ ଏହି ବିବାଦର ସୂତ୍ରପାତ ହୋଇଥିଲା। ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ୩ରୁ ୪ ମାସ ସମୟ ମାଗିଥିଲେ। ଇତି ମଧ୍ୟରେ ଅନୁଭବ ରାଜ୍ୟ ସଭା ସାଂସଦ ହୋଇ ଦିଲ୍ଲୀରେ ରହିବା ଆରମ୍ଭ କରିଥିଲେ। କଟକ ଫେରିବା ପରେ ଶାରୀରିକ ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ। ହେଲେ ଅନୁଭବ କଟକ ଫେରିବା ପରେ ମଧ୍ୟ ସମାନ ବ୍ୟବହାର ଦେଖାଇଥିଲେ ବର୍ଷା। ଏପରି କି ବର୍ଷାଙ୍କ ଜନ୍ମଦିନ ପାଳନ ପାଇଁ ଅନୁଭବ ସମସ୍ତ ପ୍ରକାର ସାଜସଜା କରିଥିଲେ ମଧ୍ୟ ବର୍ଷା ଏହାକୁ ଗ୍ରହଣ କରି ନ ଥିଲେ। ବର୍ଷା ଅଧିକାଂଶ ସମୟ ନିଜ ବାପଘରେ ରହିବାକୁ ପସନ୍ଦ କରୁଥିଲେ। ଏପରି କି ଶାଶୁଘର ଖାଦ୍ୟ ମଧ୍ୟ ତାଙ୍କୁ ଭଲ ଲାଗୁ ନ ଥିଲା। ୨୦୧୫ରେ ଦିଲ୍ଲୀରେ ଏକ ଗୃହପ୍ରବେଶ ପୂଜା ଥିଲା। ଅନୁଭବଙ୍କ ନିବେଦନ ସତ୍ତ୍ବେ ବର୍ଷା ପୂଜାରେ ଯୋଗଦେଇ ନ ଥିଲେ। ୨୦୧୫ ଜୁନ୍‌ରେ ଉଭୟ ଏକ କାର୍ଯ୍ୟକ୍ରମରେ ଆମେରିକା ଯାଇଥିଲେ। ବର୍ଷାଙ୍କ ପାଇଁ ଅନୁଭବ ଏକ ସ୍ବତନ୍ତ୍ର ଆୟୋଜନ କରିଥିଲେ। ତଥାପି ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ବର୍ଷା କେବେ ବି ଅନୁଭବଙ୍କୁ ସ୍ବାମୀ ଭାବେ ବ୍ୟବହାର କରୁ ନ ଥିଲେ। ଅନ୍ୟ ସହଅଭିନେତ୍ରୀଙ୍କ ସହ ଅନୁଭବଙ୍କର ସମ୍ପର୍କ ଅଛି ବୋଲି ବର୍ଷା ମିଥ୍ୟା ଅଭିଯୋଗ କରୁଛନ୍ତି। ୨୦୧୯ ମେ’ ୧ରୁ ଉଭୟ ଅଲଗା ରହୁଛନ୍ତି। ବର୍ଷା ଜଣେ ଭଲ ବୋହୂ କିମ୍ବା ସ୍ତ୍ରୀ ହେବାରେ ବିଫଳ ହୋଇଛନ୍ତି। ବିବାହ ପରଠାରୁ ଏପର୍ଯ୍ୟନ୍ତ ବର୍ଷାଙ୍କ ସ୍ବାର୍ଥବାଦୀ ନୀତି ଯୋଗୁ ଅନୁଭବ କେବେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିପାରିନାହାନ୍ତି ବୋଲି ଅନୁଭବ ପିଟିଶନରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri