Categories: ଜାତୀୟ

ନୂଆ ସଂସଦ ଭବନ ନିର୍ମାଣରେ ବାଧା: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମକୁ ଅଟକାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୭।୧୨: ନୂଆ ସଂସଦ ଭବନ ନିର୍ମାଣରେ ଏବେ ବାଧା ସୃଷ୍ଟି ହୋଇଛି। ସୁପ୍ରିମ୍‌କୋର୍ଟ ପକ୍ଷରୁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମ ଉପରେ ସୋମବାର ରୋକ ଲଗାଯାଇଛି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ହୁଏଥ ଏଠାରେ ଶିଳାନ୍ୟାସ କରାଯିବା ସହିତ ଅନ୍ୟ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇପାରେ। ମାତ୍ର ସମ୍ପୃକ୍ତ ଅଞ୍ଚଳରେ ଗଛ କଟା ଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହା ସହିତ କୌଣସି ନୂଆ ନିର୍ମାଣ ଅବା ପୁରୁଣା ବିଲ୍ଡିଂକୁ ଭଙ୍ଗାଯିବାକୁ ଅନୁମତି ଦିଆଯିବ ନାହିଁ। କୋର୍ଟ ଏସମ୍ପର୍କରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଅବଗତ କରାଇଛନ୍ତି। ପ୍ରଧାନମମନ୍ତ୍ରୀ ହଜାରେ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନୂଆ ସଂସଦ ଭବନର ଶିଳାନ୍ୟାସ ଡିସେମ୍ବର ୧୦ରେ କରିବେ ବୋଲି ଶନିବାର ସୂଚନା ଦିଆଯାଇଥିଲା। ଏହା ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ଅନ୍ତର୍ଗତ। ତେବେ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ପରେ ଏବେ ନୂଆ ନିର୍ମାଣ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୁପ୍ରିମ୍‌କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। କିନ୍ତୁ ଶିଳାନ୍ୟାସ ଉପରେ କୋର୍ଟଙ୍କ ପକ୍ଷରୁ ରୋକ ଲଗାଯାଇ ନାହିଁ। କୋର୍ଟଙ୍କ ନିଷ୍ପତ୍ତିକୁ ସରକାର ପାଳନ କରିବେ ବୋଲି ତୁଷାର ମେହେଟ୍ଟା କହିଛନ୍ତି।

Share