Categories: ଜାତୀୟ

ଜିଗ୍ନେସଙ୍କୁ ମିଳିଲା ଜାମିନ

ଡିସପୁର,୨୯।୪: ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେସ ମେଭାନିଙ୍କୁ ମିଳିଲା ଜାମିନ। ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜିଗ୍ନେସଙ୍କୁ ଆସାମ ବାରପେଟା ଜିଲାର ଏକ ସ୍ଥାନୀୟ ଅଦାଲତ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କୋର୍ଟ ଏହି ମାମଲାରେ ତାଙ୍କୁ ୫ଦିନ ପାଇଁ ହେପାଜତକୁ ପଠାଇଥିଲେ। ତେବେ କିଛି ଔପଚାରିକତା କାରଣରୁ ଏପ୍ରିଲ ୩୦ରେ ସେ ଜେଲ୍‌ରୁ ମୁକୁଳିବେ ବୋଲି ତାଙ୍କ ଓକିଲ ଅଙ୍ଗସୁମନ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟୁଇଟ ଅଭିଯୋଗରେ ଆସାମରୁ ଗିରଫ ହୋଇଥିବା ଗୁଜରାଟର ବିଧାୟକ ଜିଗ୍ନେଶ ମେଭାନିଙ୍କୁ ସୋମବାର ଆସାମର କୋକରାଝ କୋର୍ଟ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ପାଇବା ପରେ ତାଙ୍କୁ ଆସାମ ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପୁଣି ଗିରଫ କରାଯାଇଥିଲା।

Share