ଦର୍ଶକଙ୍କ ମନ ମୋହିଲା ସୌରିନ, ଶୁଭାଶିଷଙ୍କ ସଙ୍ଗୀତ

ଖଇରା, ୧୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁଣ୍ଢିରାଠାରେ ଗୁରୁବାର ସନ୍ଧ୍ୟାରେ ବାରପଡ଼ା ସୁଣ୍ଢିରା ଦୋଳ ମହୋତ୍ସବ ନୃତ୍ୟଗୀତର ତାଳେ ତାଳେ ଉଦ୍‌ଘାଟିତ ହୋଇଯାଇଛି ା ଉଦ୍‌ଘାଟନୀ ସଭାରେ କମିଟି ସଭାପତି ବିଜୟ କୁମାର ରାୟ ପୌରୋହିତ୍ୟ କରିଥିଲେ। ଅଧ୍ୟାପକ ଅଭିମନ୍ୟୁ ମାହୁନ୍ତ, ଅବସରପ୍ରାପ୍ତ ଶିକ୍ଷକ ଶଙ୍କର୍ଷଣ ରାୟ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାମଲ, କୃପାସିନ୍ଧୁ ଖଟୁଆ, ଦକ୍ଷ ସଙ୍ଗଠକ ନରହରି ମହାକୁଡ଼, ପର୍ଶୁରାମ ନାୟକ ଓ ଦାମୋଦର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ତୋଷ କୁମାର ପଣ୍ଡା ବେଦପାଠ, ନିରଞ୍ଜନ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ମହୋତ୍ସବ ସମାଜ, ଦେଶ ଓ ଜାତି ମଧ୍ୟରେ ଯୋଡ଼ିବାରେ ସେତୁଭଳି କାର୍ଯ୍ୟ କରିଥାଏ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ସମ୍ପାଦକ ନିତ୍ୟାନନ୍ଦ ରାଉଳ ବିବରଣୀ ପାଠ ଓ ଲକ୍ଷ୍ମୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସୁନାମଧନ୍ୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟ, ଶୁଭାଶିଷ ମହାକୁଡ଼ ଓ ଶ୍ରୀମନ ଦାସ ତଥା ଗୀତ ସଙ୍ଗୀତ ଅକେଷ୍ଟ୍ରାର ଅନ୍ୟ କଳାକାରଙ୍କ ଆଲବମ ସାଙ୍ଗକୁ ନୂଆପୁରୁଣା ଚଳଚ୍ଚିତ୍ରର ସଙ୍ଗୀତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଦୋଳ ମହୋତ୍ସବ କମିଟିର ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ।