Categories: ଖେଳ

ଓଡ଼ିଶା ବିପକ୍ଷରେ ବରୋଦା ୨୯୦/୪

ଭୁବନେଶ୍ୱର, ୨୩ା୧(ସ୍ପୋଟର୍‌ସ ବ୍ୟୁରୋ): କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ କୁଚ ବିହାର ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ବରୋଦା ୪ ଉଇକେଟ ହରାଇ ୨୯୦ ରନ କରିଛି। ଦଳ ପକ୍ଷରୁ ଅଭୁମନ୍ୟୁ ସିଂ ୧୨୮ (୨୧୩ ବଲ୍‌, ୧୬ ଚୌକା ଓ ୨ ଛକା) ଏବଂ ଧ୍ରୁବ ପେଟଲ ୬୬ (୧୫୭ ବଲ୍‌, ୭ ଚୌକା)ରନ କରି ଅପରାଜିତ ରହିଛନ୍ତି। ଓଡ଼ିଶା ତରଫରୁ ସଫଳ ବୋଲର ଆଶୁତୋଷ ଛୁରିଆ ତାଙ୍କ ୨୧ ଓଭର ବୋଲିଂରେ ୨ ମେଡେନ ସହ ୬୭ ରନ ବିନିମୟରେ ରବିବାର ପତନ ଘଟିଥିବା ସମସ୍ତ ୪ ଉଇକେଟ ଅକ୍ତିଆର କରିଛନ୍ତି।

Share