ବାରିପଦା, ଝାରସୁଗୁଡ଼ାରେ ୪୪ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳଠାରୁ ଉପାନ୍ତ ସବୁଠି ତାତିର ପ୍ରକୋପ ପରିବେଶକୁ ଉତ୍ତପ୍ତ କରିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛିି। ଆସନ୍ତା ୨୨ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ। ରାଜ୍ୟର ୨୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ମଙ୍ଗଳବାର ବାରିପଦା ଏବଂ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪ଡିଗ୍ରୀ ସେଲ୍‌ସିୟସକୁ ଟପି ଯାଇଛି। ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୪୪.୨ , ବଲାଙ୍ଗୀର ୪୩.୭, ବୌଦ୍ଧ ୪୩.୭, ନୂଆପଡ଼ା ୪୩.୬, ଟିଟିଲାଗଡ଼ ୪୩.୨, ସୋନପୁର ୪୩.୨, ଅନୁଗୋଳ ୪୩.୧, ସମ୍ବଲପୁର ୪୩, ତାଳଚେର ୪୨.୮, ଭୁବନେଶ୍ୱର ୪୨.୭, କଟକ ୪୨.୫, ଭବାନୀପାଟଣା ୪୨.୫, ରାଉରକେଲା ୪୨.୪, ଢେଙ୍କାନାଳ ୪୨, ଯାଜପୁର ୪୨, ହୀରାକୁଦ ୪୧.୬, ଜଗତ୍‌ସିଂହପୁର ୪୧.୫, ପାରଳାମେମୁଣ୍ଡି ୪୧.୪, ଚାନ୍ଦବାଲି ୪୧.୩, ଦେବଗଡ଼ ୪୧.୩, କେନ୍ଦ୍ରାପଡ଼ା ୪୧.୨, କେନ୍ଦୁଝର ୪୧.୨, ନୟାଗଡ ୪୧, ଭଦ୍ରକ ୪୧, ମାଲକାନଗିରି ୪୦, ବରଗଡ ୪୦.୫ ଏବଂ ଖୋର୍ଦ୍ଧାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।