ବାରିପଦାର ଆକର୍ଷଣ: ମୟୂରଭଞ୍ଜ ରାଜପ୍ରାସାଦ

ବାରିପଦା ଅଫିସ, ୮।୯: ସ୍ବାଧୀନତା ପୂର୍ବରୁ ଗଡ଼ଜାତ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ରାଜାମାନେ ପ୍ରଜାଙ୍କ ସ୍ବାର୍ଥ ସକାଶେ ଅନେକ କାର୍ଯ୍ୟ କରି ଯଶକୀର୍ତ୍ତି ଅର୍ଜନ କରିଛନ୍ତି। ବାରିପଦାରେ ଅବସ୍ଥିତ ରାଜପ୍ରାସାଦ ମୟୂରଭଞ୍ଜର ଗୌରବମୟ ଇତିହାସର ମୂକସାକ୍ଷୀ। ଏହି ରାଜପ୍ରାସାଦକୁ ଉଚ୍ଚ ଶିକ୍ଷା ନିମନ୍ତେ ଉତ୍ସର୍ଗ କରାଯାଇଛି। ରାଜପ୍ରାସାଦର ସୌନ୍ଦର୍ଯ୍ୟ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଆଗନ୍ତୁକମାନେ ରାଜପ୍ରାସାଦ ସମ୍ମୁଖରେ ଫଟୋ ଉଠାଇବାକୁ ପସନ୍ଦ କରୁଛନ୍ତି । ସେଲଫି ମାଧ୍ୟମରେ ନିଜର ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

ମୟୂରଭଞ୍ଜ ରାଜପ୍ରାସାଦର ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ। ୧୫ଏକର ପରିମିତ ଜମିରେ ପ୍ରାୟ ୧ଲକ୍ଷ ବର୍ଗଫୁଟର ରାଜପ୍ରାସାଦର ନିର୍ମାଣ ମୟୂରଭଞ୍ଜର ତତ୍କାଳୀନ ମହାରାଣୀ ସୁମିତ୍ରା ଭଞ୍ଜଦେଓ ୧୮୦୨ରେ ଆରମ୍ଭ କରାଇଥିଲେ। ହରିପୁରଗଡ଼ରୁ ରାଜଧାନୀ ସ୍ଥାନାନ୍ତର ପରେ ଏହି ରାଜପ୍ରାସାଦରେ ରାଜ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ରାଜପ୍ରସାଦକୁ ସମ୍ପ୍ରସାରଣ ପୂର୍ବକ ୧୨୬ଟି କୋଠରୀ ସହ ଲଣ୍ଡନର ବକିଂହାମ୍‌ ପ୍ୟାଲେସର ଅବିକଳ ରୂପ ଦେଇଥିଲେ। ବର୍ମାରୁ କାଠ ଓ କାଠ ମିସ୍ତ୍ରି, ଇଂଲଣ୍ଡର ଟାଇଲ ସହାୟତାରେ ଜର୍ମାନୀର ଇଞ୍ଜନିୟରଙ୍କ କାରିଗରି, ସ୍ଥାପତ୍ୟ ଓ କଳା ଏହି ଅଟ୍ଟାଳିକାରେ ଦେଖିବାକୁ ମିଳେ। ଶହଶହ ସୁନ୍ଦର କାଠ କବାଟ ଝରକାରେ ତିନି ପର୍ଯ୍ୟାୟରେ ନିର୍ମାଣ କରାଯାଇଥିବା ବେଳେ ମହାରାଣୀ ପ୍ରେମ କୁମାରୀଙ୍କ ଇଣ୍ଡୋର ସୁଇମିଂପୁଲ ମଧ୍ୟ ନିର୍ମାଣ ହୋଇଥିଲା। ଏହି ସୁଇମିଂପୁଲରେ କୌଣସି ଝରକା ନ ଥିବା ବେଳେ ଛାତରୁ ଲେନ୍‌ସ ସହାୟତାରେ ଆଲୋକୀକରଣ ବ୍ୟବସ୍ଥା ରହିଥିଲା। ରାଜପ୍ରାସାଦ ବିଦ୍ୟୁତୀକରଣ ପାଇଁ ଇଂଲଣ୍ଡରୁ ଜେନେରେଟର ଆସିଥିଲା। ରାଜପ୍ରସାଦର ଉତ୍ତର ଦ୍ୱାର ଚାରମିନାର ସଦୃଶ। ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ତଥା ରାଜବଂଶରର କୁଳ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ଏହି ଦିଗରେ ବିରାଜମାନ। ରାଣୀ ମହଲା ଏବେ ଛାତ୍ରାବାସ ଭାବେ ବ୍ୟବହାର କରାଯାଉଛି। ଏଠାରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଅବସ୍ଥାନ କରିବା ସହିତ ରାଜକାର୍ଯ୍ୟ ତୁଲାଉଥିଲେ। ଉଚ୍ଚଶିକ୍ଷା ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ ମହାରାଜା ପ୍ରତାପ ଚନ୍ଦ୍ର ଏହି ଅଟ୍ଟକାଳିକାକୁ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ଭାବରେ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ତକତପୁରଠାରେ କାର୍ଯ୍ୟ କରୁଛି। କିନ୍ତୁ ଏଠାରେ ଏବେ ବି ଏମ୍‌ପିସି ଜୁନିୟର ଓ ମହିଳା ମହାବିଦ୍ୟାଳୟ କାର୍ଯ୍ୟ କରୁଛି। ସମ୍ମୁଖ ଭାଗରୁ ଝଲସୁଥିବା ଏହି ରାଜପ୍ରସାଦ ଦେଖିବାକୁ ପର୍ଯ୍ୟଟକ ଆସୁଥିଲେ ହେଁ ତାହା ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ। ପ୍ରସାଦର ୫ଟି ଅଂଶ ବ୍ୟବହାର ଅନୁପଯୋଗୀ ଓ ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି ପୂର୍ତ୍ତବିଭାଗ ପକ୍ଷରୁ ଦର୍ଶାଯାଇଛିି । ଫଳରେ ୨୦୦ବର୍ଷର ପୁରୁଣା ଏହି ଐତିହାସିକ ଅଟ୍ଟାଳିକା ବର୍ତ୍ତମାନ ଭୁଶୁଡ଼ି ପଡ଼ିବା ସ୍ଥିତିରେ ଥିବା ଜଣାପଡ଼ିଛି । ଏହି ରାଜପ୍ରାସାଦକୁ ଆର୍କୋଲାଜି ସର୍ଭେ ଅଫ୍‌ ଇଣ୍ଡିଆ ହାତକୁ ନେବା ସହ ସରକାର ଏହାକୁ ଐତିହ୍ୟ ଭାବେ ଘୋଷଣା କରି ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବାକୁ ସାଧାରଣରେ ଦାବି ହେଉଛି।

ନୀଳାଦ୍ରି ବିହାରୀ ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri