୯ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କୁ ଏଚପିଭି ଭ୍ୟାକସିନ ଦିଆଯାଉ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବରଗଡ଼ ମହିଳା ସମିତିର କର୍ମକର୍ତ୍ତା

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କୁ ଭବିଷ୍ୟତରେ କ୍ୟାନସର ରୋଗରୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମାଗଣାରେ ଏଚପିଭ ଭ୍ୟାକସିନ୍‌ ଦିଆଯିବା ପ୍ରସ୍ତାବ ଆଗାମୀ କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯିବ। ଏନେଇ ଗୁରୁବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକ ବୁଦ୍ଧିଜୀବି ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମହିଳା ସମିତି ପକ୍ଷରୁ ଦାବିପତ୍ର ଦିଆଯିବା ପ୍ରସଙ୍ଗରେ କହିଛନ୍ତି। ବରଗଡ଼ ମହିଳା ସମିତି ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛି ଯେ, ମୁଖ୍ୟତଃ ଆମ ଦେଶରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ସର୍ଭାଇକାଲ କ୍ୟାନସର ଦ୍ୱିତୀୟ ସାଧାରଣ ରୋଗଭାବେ ଚିହ୍ନଟ ହୋଇଛି। ୫୦ରୁ ୫୫ ବର୍ଷ ବୟସ୍କ ମହିଳାଙ୍କଠାରେ ଏହି ରୋଗ ଦେଖାଯାଉଛି। ଫଳରେ ଏହାର ପ୍ରତିକାର ପାଇଁ ୯ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କୁ ଏଚପିଭି ଭ୍ୟାକସିନ ଦିଆଯିବାକୁ ମହିଳା ସମିତି ମନ୍ତ୍ରୀଙ୍କଠାରେ ଦାବି କରିଛି।

ସେହିପରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ବୟଂ ସମ୍ପୁର୍ଣ୍ଣ କରାଯିବା ନେଇ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସମିତିର ସଭାନେତ୍ରୀ ହର୍ଜିନ୍ଦର କୌର, ସମ୍ପାଦିକା ଈନ୍ଦ୍ରାଣୀ ଶତପଥୀ, ଉପସଭାନେତ୍ରୀ ମନ୍ଦାକିନୀ ପତିଙ୍କ ସମେତ ସଦସ୍ୟା ଜୟଗୀତା ପଣ୍ଡା, ପଦ୍ମିନୀ ସାହୁ, ଜୟନ୍ତୀ ପ୍ରଧାନ, ସୁଜାତା ପଣ୍ଡା, ମାମୀ ମିଶ୍ର, ସଂଘମିତ୍ରା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ବିକଶୀତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଶୀର୍ଷକ ବୁଦ୍ଧିଜୀବି ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗଙ୍କ ସମେତ ଭାଜପା ଜିଲା ସଭାପତି ଡା. ଅରୁପାନନ୍ଦ ସାହୁ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିକଶିତ ଭାରତ-୨୦୧୭ ଏବଂ ଉତ୍କର୍ଷ ଓଡ଼ିଶା-୨୦୩୬ ପାଇଁ ବଜେଟରେ ରୋଡ ମ୍ୟାପ ତିଆରି ହୋଇଛି ଏବଂ ଏଥିରୁ ତାର ମୂଳଦୁଆ ପଡ଼ିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଯୁବ, ଚାଷୀ, ସ୍ବାସ୍ଥ୍ୟ ସବୁକ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ଏବଂ ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ଏବଂ ଲୋକଙ୍କ ପ୍ରସ୍ତାବ ନେଇ ବଜେଟ ପ୍ରସ୍ତୁତ ହୋଇଛି। ସେହିପରି ବଜେଟ ପରେ ମଧ୍ୟ ଲୋକଙ୍କ ମତ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri