ମନ୍ତ୍ରୀଶୂନ୍ୟ ବରଗଡ଼, ଜିଲାବାସୀ ନିରାଶ

ବରଗଡ଼,୧୨ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ପ୍ରଥମଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ଭାଜପା ସରକାର ଗଠନ କରିଛି। ଏହିକ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ୨ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ୮ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ବରଗଡ଼ ଜିଲାକୁ ମନ୍ତ୍ରୀପଦରୁ ବାଦ୍‌ ଦିଆଯାଇଛି। ନବୀନ ସରକାର ନିଜ ମନ୍ତ୍ରିମଣ୍ଡଳରେ ସବୁବେଳେ ଏହି ଜିଲାକୁ ଗୁରୁତ୍ୱ ଦେଇ ଆସୁଥିବାବେଳେ ମୋହନ ସରକାର ତାଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ବରଗଡ଼ ଜିଲାବାସୀଙ୍କୁ ନିରାଶ କରିବା ଏବେ ଜିଲା ବ୍ୟାପୀ ଚର୍ଚ୍ଚା ଚାଲିଛି। ନବୀନ ସରକାର ଚାଲିଗଲା ପରେ ବରଗଡ଼ ଜିଲାରୁ ମନ୍ତ୍ରୀପଦ ମଧ୍ୟ ଚାଲିଗଲା ବୋଲି ଲୋକେ ଚା’ ଖଟିରୁ ଆରମ୍ଭ କରି ସବୁଆଡ଼େ କୁହାକୁହି ହେଉଛନ୍ତି।
ବରଗଡ଼ ଜିଲାର ୫ ବିଧାନସଭା ଆସନ ଅତାବିରା, ବରଗଡ଼, ଭଟଲି, ବିଜେପୁର ଏବଂ ପଦ୍ମପୁରକୁ ନେଇ ଗଠିତ। ଏହି ଆସନଗୁଡ଼ିକ ମଧ୍ୟରୁ କେବଳ ପଦ୍ମପୁରରେ ବିଜେଡିର ବର୍ଷା ସିଂ ବରିହା ଜିତିଥିବାବେଳେ ଅନ୍ୟ ୪ ଆସନକୁ ଭାଜପା କବ୍‌ଜା କରି ନେଇଛି। ଅତାବିରାରୁ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲିରୁ ଇରାଶିଷ୍‌ ଆଚାର୍ଯ୍ୟ, ବିଜେପୁରରୁ ସନତ କୁମାର ଗଡ଼ତୀୟା ଜିତି ଜିଲାରେ ଭାଜପା ପାଇଁ ବଡ଼ ବିଜୟ ଆଣିଛନ୍ତି। ସେହିପରି ବରଗଡ଼ ଲୋକ ସଭା ଆସନରେ ମଧ୍ୟ ଭାଜପାର ପ୍ରଦୀପ ପୁରୋହିତ ବଡ଼ ବ୍ୟବଧାନରେ ଜିତିଛନ୍ତି। ଜିଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆସାମ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନୀ ପ୍ରଚାର ଗସ୍ତରେ ଆସି ଜିଲାବାସୀଙ୍କୁ ଭୋଟ୍‌ ନିବେଦନ କରିଥିଲେ। ଏହାସତ୍ତ୍ୱେ ବରଗଡ଼ ଜିଲାର କୌଣସି ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ଏବଂ ଦୀର୍ଘବର୍ଷ ପରେ ଜିଲା ମନ୍ତ୍ରୀଶୂନ୍ୟ ହେବା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି।

ଅନ୍ୟପଟେ ବିଜେଡି ସରକାର ଚାଲିଥିବାବେଳେ ପ୍ରାୟତଃ ସବୁବେଳେ ମନ୍ତ୍ରିମଣ୍ଡଳରେ ବରଗଡ଼ ଜିଲାକୁ ସ୍ଥାନ ଦେଇ ଆସିଛି। ଏହି ଜିଲାରୁ ତତ୍କାଳୀନ ବରଗଡ଼ ବିଧାୟକ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ, ପୂର୍ବତନ ପଦ୍ମପୁର ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସମେତ ପୂର୍ବତନ ବରଗଡ଼ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂ, ପୂର୍ବତନ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀପଦ ମିଳିଥିଲା। କିନ୍ତୁ ଜିଲାରେ ଭାଜପାକୁ ଅପ୍ରତ୍ୟାଶିତ ସମର୍ଥନ ମିଳିଥିବା ସତ୍ତ୍ୱେଏବେ ଜିଲା ମନ୍ତ୍ରୀଶୂନ୍ୟ ହୋଇପଡ଼ିବା ଜିଲାବାସୀଙ୍କୁ ହତୋତ୍ସାହିତ କରି ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri