ମନ୍ତ୍ରୀଶୂନ୍ୟ ବରଗଡ଼, ଜିଲାବାସୀ ନିରାଶ

ବରଗଡ଼,୧୨ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ପ୍ରଥମଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ଭାଜପା ସରକାର ଗଠନ କରିଛି। ଏହିକ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ୨ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ୮ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ବରଗଡ଼ ଜିଲାକୁ ମନ୍ତ୍ରୀପଦରୁ ବାଦ୍‌ ଦିଆଯାଇଛି। ନବୀନ ସରକାର ନିଜ ମନ୍ତ୍ରିମଣ୍ଡଳରେ ସବୁବେଳେ ଏହି ଜିଲାକୁ ଗୁରୁତ୍ୱ ଦେଇ ଆସୁଥିବାବେଳେ ମୋହନ ସରକାର ତାଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ବରଗଡ଼ ଜିଲାବାସୀଙ୍କୁ ନିରାଶ କରିବା ଏବେ ଜିଲା ବ୍ୟାପୀ ଚର୍ଚ୍ଚା ଚାଲିଛି। ନବୀନ ସରକାର ଚାଲିଗଲା ପରେ ବରଗଡ଼ ଜିଲାରୁ ମନ୍ତ୍ରୀପଦ ମଧ୍ୟ ଚାଲିଗଲା ବୋଲି ଲୋକେ ଚା’ ଖଟିରୁ ଆରମ୍ଭ କରି ସବୁଆଡ଼େ କୁହାକୁହି ହେଉଛନ୍ତି।
ବରଗଡ଼ ଜିଲାର ୫ ବିଧାନସଭା ଆସନ ଅତାବିରା, ବରଗଡ଼, ଭଟଲି, ବିଜେପୁର ଏବଂ ପଦ୍ମପୁରକୁ ନେଇ ଗଠିତ। ଏହି ଆସନଗୁଡ଼ିକ ମଧ୍ୟରୁ କେବଳ ପଦ୍ମପୁରରେ ବିଜେଡିର ବର୍ଷା ସିଂ ବରିହା ଜିତିଥିବାବେଳେ ଅନ୍ୟ ୪ ଆସନକୁ ଭାଜପା କବ୍‌ଜା କରି ନେଇଛି। ଅତାବିରାରୁ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲିରୁ ଇରାଶିଷ୍‌ ଆଚାର୍ଯ୍ୟ, ବିଜେପୁରରୁ ସନତ କୁମାର ଗଡ଼ତୀୟା ଜିତି ଜିଲାରେ ଭାଜପା ପାଇଁ ବଡ଼ ବିଜୟ ଆଣିଛନ୍ତି। ସେହିପରି ବରଗଡ଼ ଲୋକ ସଭା ଆସନରେ ମଧ୍ୟ ଭାଜପାର ପ୍ରଦୀପ ପୁରୋହିତ ବଡ଼ ବ୍ୟବଧାନରେ ଜିତିଛନ୍ତି। ଜିଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆସାମ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନୀ ପ୍ରଚାର ଗସ୍ତରେ ଆସି ଜିଲାବାସୀଙ୍କୁ ଭୋଟ୍‌ ନିବେଦନ କରିଥିଲେ। ଏହାସତ୍ତ୍ୱେ ବରଗଡ଼ ଜିଲାର କୌଣସି ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ଏବଂ ଦୀର୍ଘବର୍ଷ ପରେ ଜିଲା ମନ୍ତ୍ରୀଶୂନ୍ୟ ହେବା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଛି।

ଅନ୍ୟପଟେ ବିଜେଡି ସରକାର ଚାଲିଥିବାବେଳେ ପ୍ରାୟତଃ ସବୁବେଳେ ମନ୍ତ୍ରିମଣ୍ଡଳରେ ବରଗଡ଼ ଜିଲାକୁ ସ୍ଥାନ ଦେଇ ଆସିଛି। ଏହି ଜିଲାରୁ ତତ୍କାଳୀନ ବରଗଡ଼ ବିଧାୟକ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ, ପୂର୍ବତନ ପଦ୍ମପୁର ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସମେତ ପୂର୍ବତନ ବରଗଡ଼ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂ, ପୂର୍ବତନ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀପଦ ମିଳିଥିଲା। କିନ୍ତୁ ଜିଲାରେ ଭାଜପାକୁ ଅପ୍ରତ୍ୟାଶିତ ସମର୍ଥନ ମିଳିଥିବା ସତ୍ତ୍ୱେଏବେ ଜିଲା ମନ୍ତ୍ରୀଶୂନ୍ୟ ହୋଇପଡ଼ିବା ଜିଲାବାସୀଙ୍କୁ ହତୋତ୍ସାହିତ କରି ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri