ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୨୮ା୮: ବରଗଡ଼ ଜିଲାପାଳ କାର୍ଯ୍ୟାଳୟକୁ ଶୁକ୍ରବାରରୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଏହି ସୂଚନା ଦେଇଛନ୍ତି।