୧୯ରେ ବରଗଡ଼ ଜିଲା ବନ୍ଦ

ବରଗଡ଼ ଅଫିସ୍‌,୧୮।୪: ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆସନ୍ତା ୧୯ତାରିଖରେ ବରଗଡ଼ ଜିଲା ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ସୋମବାର ବରଗଡ଼ ମାରୱାଡ଼ି ଧର୍ମଶାଳାରେ ଏକ ବୈଠକ ହୋଇଥିଲା। ପରିଷଦ ସଭାପତି ନିଧୁବନ ବିହାରୀ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଆଶୁତୋଷ ରଥ, ଉପସଭାପତି ନାରାୟଣ ପଣ୍ଡା, ପ୍ରାନ୍ତ ସୁରକ୍ଷା ପ୍ରମୁଖ ଅଶ୍ୱିନୀ ମେହେର, ସହ ସମ୍ପାଦକ ପରମାନନ୍ଦ ମିଶ୍ର, ବଜରଙ୍ଗ ଦଳ ଜିଲା ସଂଯୋଜକ ସଞ୍ଜୀବ ମେହେର, ବିଭାଗ ସଂଯୋଜକ ଟିକୁ ବନଛୋର, ବିଭାଗ ସମ୍ପାଦକ ଭୁବନେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ହନୁମାନ ଜୟନ୍ତୀ ଅବସରରେ କାର୍ଯ୍ୟକ୍ରମ ହୋଇଥିବାବେଳେ କିଛି ଅ ସାମାଜିକ ଯୁବକଙ୍କ ଦ୍ୱାରା ହିନ୍ଦୁ ସମାଜକୁ କୁଠାରଘାତ କରାଯାଇଥିବା ଏବଂ ଜଣେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରାଯିବା ଘଟଣାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ଆସନ୍ତା ୧୯ତାରିଖରେ ବରଗଡ଼ ଜିଲାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।