ବରଗଡ଼ ଜିଲା ପ୍ରଶାସନକୁ ମିିଳିଲା ‘ସ୍କଚ୍‌ ଆଓ୍ବାର୍ଡ’

ବରଗଡ଼,୧୩।୭(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଦ୍ୟାଳୟ ଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ‘ବିଜେତା-ମେକିଂ ଚିଲଡ୍ରେନ ଏସ୍ପିରେଶନାଲ’ ଚାଲିଛି । ଜିଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ୟମରେ ଜିଲାର ବିଦ୍ୟାଳୟ ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଚାଲିଛି । ଜିଲାପାଳ ବାନାର୍ଜୀ ଏହି କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ କରି ସର୍ବଭାରତୀୟ ସ୍ତରରେ ଶିକ୍ଷାକ୍ଷେତ୍ରରେ ବରଗଡ଼ ଜିଲା ପାଇଁ ଗର୍ବ, ଗୌରବ ଆଣିଛନ୍ତି । ଜିଲାପାଳଙ୍କ ଏଭଳି ପଦକ୍ଷେପ ପାଇଁ ବରଗଡ଼ ଜିଲା ପ୍ରଶାସନକୁ ଜାତୀୟ ସ୍ତରର ସ୍କଚ୍‌ ଆୱାର୍ଡ଼ ୨୦୨୩ରେ ରୌପ୍ୟ ପଦକ ମିଳିଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି ।