ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ ହେବ। ତେବେ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ କଂସ ଅଭିନେତା ହୃଷୀକେଶ ଭୋଇ ପୁଣି ବିବାଦୀୟ ହୋଇପଡ଼ିଛନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ ଅଭିନୟ କରି ହୃଷୀକେଶ ବିବାଦ ଘେରକୁ ଆସିଥଲେ। ମାତ୍ର ସେତେବେଳେ କ୍ଷମା ପ୍ରାର୍ଥନା କରିବାରୁ ଧନୁଯାତ୍ରା ମହୋତ୍ସବ ସମିତି ପୁଣି ତାଙ୍କୁ କଂସ ଅଭିନୟର ସୁଯୋଗ ଦେଇଥିଲା। କିନ୍ତୁ ଏଥର ଅଭିନୟ ନୁହେଁ, ତାଙ୍କ ପେସାକୁ ନେଇ ସେ ବିବାଦୀୟ ହୋଇ ପଡ଼ିଛନ୍ତି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଜିଲା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବା ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ସେ ଜଣେ ମୃତକଙ୍କଠାରୁ ୩ହଜାର ଟଙ୍କା ନେଇ ନିଜ ପେସାରେ କଳାଦାଗ ବୋଳି ବିବାଦ ଘେରକୁ ଆସିଛନ୍ତି। ଅଭିଯୋଗ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରୁଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୂପମା ଷଡ଼ଙ୍ଗୀ କହିଛନ୍ତି, ସେ ନେଇ ହୃଷୀକେଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଫିଲ୍ଡ ଭିଜିଟ୍‌ ପାଇଁ ଏକ ଟିମ୍‌ ଗଠନ କରାଯାଉଛି। ଏହି ଟିମ୍‌ରେ ସ୍ବାସ୍ଥ୍ୟ ବିଭାଗର ୩ଜଣ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ରହିବେ। ଉକ୍ତ ଟିମ୍‌ ଫିଲ୍ଡ ଭିଜିଟ୍‌ ପରେ ଯେଉଁ ତଦନ୍ତ ରିପୋର୍ଟ ଦେବେ, ତାକୁ ଆଧାର କରି ନିଶ୍ଚିତ କାର୍ଯାନୁଷ୍ଠାନ ନିଆଯିବ। ଅନ୍ୟପଟେ ହୃଷୀକେଶଙ୍କୁ ପଚାରିବାରୁ ସେ ନିଜ ଭୁଲ୍‌ ସ୍ବୀକାର କରିଛନ୍ତି ଏବଂ କିଭଳି ଭାବେ ମହାପ୍ରୟାଣ ଗାଡ଼ିଭଡ଼ା ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ଆଣିଲେ, ସେ ମଧ୍ୟ ଭାବି ପାରୁ ନାହାନ୍ତି। ସେହି ଟଙ୍କା ସେ ମୃତକଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦେଇଛନ୍ତି ଏବଂ କାରଣ ଦର୍ଶାଅ ନୋଟିସ୍‌ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ନିଜ ସ୍ପଷ୍ଟୀକରଣ ଦେଇଥିବା ହୃଷୀକେଶ କହିଛନ୍ତି।

ତେବେ ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କୁହାଯାଉଥିବାବେଳେ ଏହି ମହୋତ୍ସବରେ କଂସ ଅଭିନୟ କରୁଥିବା ହୃଷୀକେଶଙ୍କ ସେଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି। ହୃଷୀକେଶଙ୍କ ଏଭଳି କାର୍ଯ୍ୟ ଯୋଗୁ ଜିଲା ସ୍ବାସ୍ଥ୍ୟ ବିଭାଗ ତଥା ସରକାର ଗୋଟିଏ ପଟେ ବଦନାମ ହେଉଥିବାବେଳେ ବରଗଡ଼ ଧନୁଯାତ୍ରା ମହୋତ୍ସବର ଗାରିମା ମଧ୍ୟ କ୍ଷୂଣ୍ଣ ହେଉଥିବା ସାଧାରଣରେ ମତପ୍ରକାଶ ପାଉଛି। ଏଭଳି ସ୍ଥଳେ ହୃଷୀକେଶଙ୍କୁ ଆଉ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୁଯୋଗ ନ ଦେବା ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ଦାବି ଜୋର୍‌ ଧରୁଛି। ଅନ୍ୟପଟେ ଏନେଇ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ କହିଛନ୍ତି, କଂସ କଳାକାର ଥରେ ଚୟନ ହେଲେ କ୍ରମାଗତ ୩ବର୍ଷ ଅଭିନୟ କରି ପାରିବେ। ହୃଷୀକେଶଙ୍କ କ୍ରମାଗତ ୩ ବର୍ଷ ପୂରି ନାହିଁ। ତାଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି, ସେ ନେଇ ସମ୍ପୃକ୍ତ ବିଭାଗ ଯାହାକିଛି କାର୍ଯ୍ୟାନୁଷ୍ଠାନ ନିଆଯିବ। କଂସ କଳାକାର ବଦଳିବା ନେଇ ସେଭଳି କିଛି ନିଷ୍ପତ୍ତି ହୋଇିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri