ବରଗଡ଼ ଧନୁଯାତ୍ରା: ରାଧାକୃଷ୍ଣଙ୍କ ନାବକେଳି

ମଥୁରାନଗରୀ,୨।୧: ବରଗଡ଼ ଧନୁଯାତ୍ରାର ସୋମବାର ସପ୍ତମ ଦିବସରେ ମଥୁରାଧିପତି କଂସ ମହାରାଜଙ୍କ ପରାକ୍ରମ, ଧନୁଯାତ୍ରା ଆୟୋଜନ ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଦେଖିବାକୁ ମିଳିଥିଲା। ରାଧାକୃଷ୍ଣଙ୍କୁ ନେଇ ଗୋପବାସୀ ଶୋଭାଯାତ୍ରାରେ ମନାବନ୍ଧ ଅଭିମୁଖେ ବାହାରିଥିଲେ। ବାଟରେ ପ୍ରତିଘର ସମ୍ମୁଖରେ ପୂର୍ଣ୍ଣକଳସ ରଖି ରାଧାକୃଷ୍ଣଙ୍କୁ ସ୍ବାଗତ କରାଯାଇଥିଲା। ମନାବନ୍ଧ (ଜଳାଶୟ)ରେ ନାବକେଳି ଦୃଶ୍ୟାଭିନୟ ବେଶ୍‌ ମନୋରମ ହୋଇଥିଲା। ସୁସଜ୍ଜିତ ଡଙ୍ଗାରେ ରାଧାକୃଷ୍ଣ ବସିଥିବାବେଳେ ନାଉରିଆ ଡଙ୍ଗାକୁ ଜଳାଶୟ ଚାରିପାଖ ବୁଲାଇଥିଲେ। ଏହି ଦୃଶ୍ୟାଭିନୟ ଚାଲିଥିବା ସମୟରେ ମନାବନ୍ଧର ଚତୁଃପାର୍ଶ୍ୱ ଲୋକରଣ୍ୟ ହୋଇପଡ଼ିଥିଲା । ଉପସ୍ଥିତ ମହିଳାଙ୍କ ହୁଲହୁଲି ଏବଂ ପୁରୁଷଙ୍କ ହରିବୋଲରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା ।
ଅନ୍ୟପକ୍ଷେ ମଥୁରାଧିପତି କଂସ ଅନ୍ୟଦିନ ଭଳି ଅପରାହ୍ନରେ ମଥୁରା ଭ୍ରମଣରେ ବାହାରିଥିଲେ। ଏହି ସମୟରେ ସେ ଷ୍ଟେଟବ୍ୟାଙ୍କ ସମେତ ଅନ୍ୟ ସ୍ଥାନ ପରିଦର୍ଶନ କରି ଲୋକମଣ୍ଡପ ପଡ଼ିଆ ସ୍ଥିତ ରଙ୍ଗମହଲରେ ପହଞ୍ଚତ୍ଥିଲେ। ସେଠାରେ କଂସ ମହାରାଜଙ୍କ ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିଥିଲେ। ଏହାପରେ କଂସ ମହାରାଜ ହାଟପଦା ସ୍ଥିତ ରାଜଦରବାରକୁ ଯାଇଥିଲେ। ଗୋପପୁର ପ୍ରେରିତ ରାକ୍ଷସୀ, ରାକ୍ଷସ ନିଧନ ପରଠାରୁ ମର୍ମାହତ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପୁଣି ଷଡ଼ଯନ୍ତ୍ର ରଚନା କରିଥିଲେ। ଏଥିପାଇଁ ସେ ଧନୁଯାତ୍ରାର ଆୟୋଜନ କରିଥିଲେ। ଏହି କ୍ରମରେ ଧନୁଯାତ୍ରାକୁ କୃଷ୍ଣ ଓ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ସେ ମହାମନ୍ତ୍ରୀ ଅକ୍ରୂରଙ୍କୁ ଗୋପପୁର ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମଙ୍ଗଳବାରଠାରୁ ବର୍ତ୍ତମାନ ରଙ୍ଗମହଲ ପାଲଟିଥିବା ଲୋକମଣ୍ଡପ ମଞ୍ଚ ରାଜଦରବାର ଏବଂ ହାଟପଦା ମଞ୍ଚରେ ରଙ୍ଗମହଲ ଦୃଶ୍ୟାଭିନୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri