କଂସ ଅଭିନେତାଙ୍କ ଅଡୁଆ ବଢ଼ିଲା, ମହାପ୍ରୟାଣ ଗାଡ଼ି ବାବଦ ଟଙ୍କା ନେବା ପଡ଼ିଲା ମହଙ୍ଗା

ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ନେବା ଘଟଣା ବରଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ତଥା ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ହୃଷୀକେଶ ଭୋଇଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ଏବଂ ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ନିରୁପମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏକ ତଦନ୍ତକାରୀ ଟିମ୍‌ ମୃତକଙ୍କ ଗ୍ରାମ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମରେ ପହଞ୍ଚିଥିଲେ। ଏପରିକି ସମ୍ପୃକ୍ତ ଡ୍ରାଇଭର ତଥା କଂସ ଅଭିନେତା ହୃଷୀକେଶ ମଧ୍ୟ ସେମାନଙ୍କ ସହିତ ସେଠାକୁ ଯାଇଥିଲେ। ତଦନ୍ତକାରୀ ଟିମ୍‌ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଘଟଣାକୁ ନେଇ ଉଭୟ ପକ୍ଷକୁ ପଚରାଉଚୁରା କରିବା ସହିତ ତଦନ୍ତ ସମୟର ଭିଡ଼ିଓ ରେକର୍ଡିଂ କରିଥିଲେ। ତେବେ ମହାପ୍ରୟାଣ ଗାଡ଼ି ବାବଦକୁ ସମ୍ପୃକ୍ତ ଡ୍ରାଇଭର ଟଙ୍କା ନେଇଥିବା ଏବଂ ଘଟଣାଟି ପ୍ରଘଟ ହେବା ପରେ ତାହା ଫେରାଇଥିବା ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି। ଏପରିକି ଏହି ଘଟଣାକୁ ଚାପି ଦେବା ପାଇଁ ଅପପ୍ରୟାସ ଚାଲିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତଦନ୍ତକାରୀ ଟିମ୍‌ରେ ଡେପୁଟି କଲେକ୍ଟର ଉତ୍ତମ କୁମାର ବାଗ, ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡି. କେ. ଦତ୍ତ, ପ୍ରଶାସନିକ ଅଧିକାରୀ ଈପ୍‌ସିତା ପାତ୍ର, ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଫିସର ଡା. ସୁମିତ ମିଶ୍ର, ଗାଇସିଲେଟ୍‌ ବିଡ଼ିଓ ଲକ୍ଷ୍ମଣ ମାଝି ପ୍ରମୁଖ ସାମିଲ ହୋଇଥିଲେ। ଏହି ଟିମ୍‌ ତଦନ୍ତ ରିପୋର୍ଟ ଦେବା ପରେ ସମ୍ପୃକ୍ତ ଡ୍ରାଇଭର ତଥା କଂସ ଅଭିନେତା ହୃଷୀକେଶଙ୍କ ଉପରେ ଜିଲା ସ୍ବାସ୍ଥ୍ୟ ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ନେବ, ତାକୁ ସମସ୍ତେ ଚାହିଁ ବସିଛନ୍ତି। ଏ ସମ୍ପର୍କରେ ଜାଣିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଷଡ଼ଙ୍ଗୀଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୯୯୮୨୨୪୯ରେ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇ ନ ଥିଲେ।

ଅନ୍ୟପଟେ ଏହି ଘଟଣା ପରେ ସମ୍ପୃକ୍ତ ଡ୍ରାଇଭର ତଥା କଂସ ଅଭିନେତା ହୃଷୀକେଶଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଅଢ଼େଇ ମାସ ଥିବାବେଳେ କଂସ ଅଭିନେତା ହୃଷୀକେଶ ଏଭଳି ବିବାଦରେ ଛନ୍ଦି ହୋଇ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ବଦଳରେ ତାଙ୍କଠାରୁ ୩ହଜାର ଟଙ୍କା ବେଆଇନ ଭାବେ ଆଣିବା ଘଟଣାକୁ ସବୁ ମହଲରେ ନାପସନ୍ଦ କରାଯାଇଛି। ମହାପ୍ରୟାଣ ଯୋଜନାରେ ଡାକ୍ତରଖାନାରୁ ଘରକୁ ମୃତଦେହ ପରିବହନ ପାଇଁ ମାଗଣା ବ୍ୟବସ୍ଥା ଥିବାବେଳେ ହୃଷୀକେଶ ମୃତକଙ୍କଠାରୁ ଟଙ୍କା ଆଣିବା ଘଟଣା କେବଳ ଲୋକଙ୍କୁ ବ୍ୟଥିତ କରିଛି ତାହା ନୁହେଁ, ଏଥିପାଇଁ ରାଜ୍ୟ ସରକାର ବଦନାମ ହୋଇଛନ୍ତି। ସେହିପରି କଂସ କଳାକାରଙ୍କ ସେଭଳି ବେଆଇନ କାର୍ଯ୍ୟ ବରଗଡ଼ ଧନୁଯାତ୍ରାର ଗାରିମାକୁ ମଧ୍ୟ କ୍ଷୂର୍ଣ୍ଣ କରିଛି ବୋଲି ଅଭିଯୋଗ କରି ଆଗାମୀ ଧନୁଯାତ୍ରା ମହୋତ୍ସବରେ ହୃଷୀକେଶଙ୍କୁ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ନ ଦେବାକୁ ସୋସିଆଲ ମିଡ଼ିଆରେ ଦାବି ଜୋର୍‌ ଧରିଛି। ଏପରିକି ଏହି ଦାବି ନେଇ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ଜିଲାପାଳଙ୍କୁ ଫେରାଦ ହେବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।

ପ୍ରକାଶଥାଉକି, ବଡ଼ସାହାଜବାହାଲ ଗ୍ରାମର ପ୍ରହଲ୍ଲାଦ ସାହୁଙ୍କ ଦେହ ଅସୁସ୍ଥ ହେବା ଯୋଗୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଗତ ୭ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକେ ମହାପ୍ରୟାଣ ଗାଡ଼ିରେ ମୃତଦେହ ଘରକୁ ନେଇଥିଲେ। ତେବେ ଜିଲା ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ସେତେବେଳେ ଗାଡ଼ି ଚଳାଉଥିଲେ ଏବଂ ମୃତଦେହ ପରିବହନ ବାବଦକୁ ମୃତକଙ୍କ ପରିବାରଙ୍କଠାରୁ ୩ହଜାର ଟଙ୍କା ନେଇଥିଲେ। ମହାପ୍ରୟାଣ ଯୋଜନାରେ ମୃତଦେହ ନେବା ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ହୃଷୀକେଶ ମୃତକଙ୍କ ପରିବାର ଲୋକଙ୍କଠାରୁ ସେଭଳି ଟଙ୍କା ଅସୁଲି ଘଟଣା ପ୍ରଘଟ ହୋଇଥିଲା। ଏହାପରେ ହୃଷୀକେଶ ମୃତକଙ୍କ ପରିବାର ଲୋକଙ୍କୁ ଟଙ୍କା ଫେରାଇଥିଲେ। ଘଟଣାଟି ସାମ୍ନାକୁ ଆସିବା ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ହୃଷୀକେଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ହୃଷୀକେଶ ନିଜ ସ୍ପଷ୍ଟୀକରଣ ରଖିଥିବାବେଳେ ଗୁରୁବାର ତଦନ୍ତକାରୀ ଟିମ୍‌ ମୃତକଙ୍କ ଘରେ ପହଞ୍ଚତ୍ ତଦନ୍ତ କରିଥିଲେ। ମୃତକଙ୍କ ଘରେ ଏକାଦଶାହ କାର୍ଯ୍ୟ ଚାଲିଥିଲା ଏବଂ ସେଠାରେ ବହୁ ଲୋକଙ୍କ ଉପସ୍ଥିତିରେ ତଦନ୍ତକାରୀ ଟିମ୍‌ ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri