‘ପୁସ୍ତକର ପ୍ରଭାବ ସୁଦୂର ପ୍ରସାରୀ’

ବରଗଡ,୨୦।୧୧(ପ୍ରେମାନନ୍ଦ ଖମାରୀ)- ପୁସ୍ତକର ପ୍ରଭାବ କେବଳ ଆଜି ନୁହଁ, ଯୁଗ ଯୁଗରେ ରହିଛି । ପୁସ୍ତକର ପ୍ରଭାବ ସୁଦୂର ପ୍ରସାରୀ ବୋଲି ଗୁରୁବାର ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ୨୨ତମ ବରଗଡ଼ ପୁସ୍ତକ ମେଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଡଃ. ଛୟାକାନ୍ତ ଷଡ଼ଙ୍ଗୀ କହିଛନ୍ତି । ପାଠାଗାରର ସଭାପତି ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ବ ଓ ଉପ ସଭାପତି ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ମୁଖ୍ୟବକ୍ତା ଷଡ଼ଙ୍ଗୀ କହିଥିଲେ, ପୁସ୍ତକ ପାଇଁ ଆଜି ବହୁ ଲେଖକ ଙ୍କ ରଚନା କାଳଜୟୀ ହୋଇ ରହିଛି। ପୁସ୍ତକର ଲେଖା ପ୍ରଭାବଶାଳୀ ହେଲେ ଲୋକଙ୍କ ଆଦୃତି ଲାଭ ନିଶ୍ଚୟ କରିବ । ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ପୁସ୍ତକ ମେଳାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ ରିଥିଲେ । ଅନ୍ୟତମ ଅତିଥି ବରଗଡ଼ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ କହିଥିଲେ, ପାଠ୍ୟ ପୁସ୍ତକ ମଣିଷକୁ ଅଧିକ କ୍ରିୟାଶୀଳ କରିବା ସାଙ୍ଗକୁ ଆମର ଅନ୍ତର୍ନିହିତ ଶକ୍ତି କୁ ଜାଣିବାରେ ସାହାଯ୍ୟ କରିଥାଏ । ବରଗଡ ପୁସ୍ତକ ମେଳା ଜନ ସାଧାରଣ ଙ୍କୁ ପାଠ୍ୟ ପୁସ୍ତକ ପଠନ ପାଇଁ ସଚେତନ କରିବାରେ ସହାୟକ ହୋଇଥାଏ । ଏହି ଅବସରରେ ଗାନ୍ଧୀ ଜୟନ୍ତୀ ଓ ପୁସ୍ତକ ମେଳା ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ, ସ୍ମାରକୀ ପ୍ରଦାନ କରାଯାଇଥିଲା । ସଭା ଶେଷରେ ପାଠାଗାର ସମ୍ପାଦକ ରବି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ଶିକ୍ଷାବିତ ଡଃ ଜଗଦୀଶ ମିଶ୍ରଙ୍କ ପୁସ୍ତକ ଶହୀଦ ବୀର ମାଧୋ ସିଂ ପୁସ୍ତକ ଉନ୍ମୋଚନ କରିଥିଲେ । ପାଠାଗାର ର ବରିଷ୍ଠ ସଦସ୍ୟ ପତିତପାବନ ସାହୁ, ସନ୍ତୋଷ କୁମାର ପଣ୍ଡା, ଜୟଶ୍ରୀ ସାହୁ, ବିକ୍ରମାଦିତ୍ୟ ପଣ୍ଡା, ଗୌରୀ ଶଙ୍କର ପଣ୍ଡା, ଅମିୟ ଭୂଷଣ ସାହୁ , ହୃଷୀକେଶ ଦାଶ, ଡୋଳାମଣି ଶତପଥୀ , ଶୁଭମ୍ ଭିତ୍ରିଆ ଓ ମିଳନ ପ୍ରଧାନ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri