Categories: ଜାତୀୟ

କରୋନା ଆକ୍ରାନ୍ତ ଜଣାପଡିବା ପରେ ଏମିତି ନିଷ୍ପତ୍ତି ନେଲେ ସମାଜବାଦୀ ପାର୍ଟି ନେତା

ବରେଲି,୩୦।୮: ବରେଲିର ଏସଆରଏମଏସ ମେଡ଼ିକାଲ କଲେଜରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ରମଣ ଚୌଧୁରୀ ଦିଲ୍ଲୀ-ବରେଲି-ନୈନିତାଲ ରାଜପଥର ଏକ ଓଭରବ୍ରିଜରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ଏହା ଏକ ଦୁର୍ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଥିଲେ ହେଁ ଏ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ। ସୂଚନାଯୋଗ୍ୟ, ଶନିବାର ସାରେ ରମଣ କୋବିଡ ୱାର୍ଡ଼ରୁ ବାହାରି ସିଧା ବରେଲି-ନୈନିତାଲ ରାଜପଥସ୍ଥିତ ଓଭରବ୍ରଜ ନିକଟକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ରମଣ ଚୌଧୁରୀ ସମାଜବାଦୀ ପାର୍ଟିର ବରେଲି ମହାନଗର ଅଧ୍ୟକ୍ଷ ଥିଲେ। କିଛିଦିନ ତଳେ ତାଙ୍କୁ ଜ୍ବର ହୋଇଥିଲା। ଔଷଧ ଖାଇବା ପରେ ମଧ୍ୟ ଜ୍ବର କମି ନ ଥିଲା। ଗତ ୨୫ ତାରିଖରେ ସେ କରୋନା ଯାଞ୍ଚ କରିଥିଲେ। ରିପୋର୍ଟ ପଜିଟିଭ ଆସିବାରୁ ଭୋଜିପୁରା କେଏସଆର୍‌ଏମଏସ ମେଡ଼ିକାଲ କଲେଜରେ ସେ ଭର୍ର୍ତ୍ତି ହୋଇଥିଲେ।

Share