Categories: ଫୁରସତ

କେଶ କାଟିବା ସମୟରେ ବାରିକ ବାରମ୍ବାର ସିଞ୍ଚନ କଲେ ପାଣି: ରାଗରେ ଗ୍ରାହକ କଲେ ଏମିତି

ସେଲୁନର ଏକ ଭିଡିଓ ଶୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ କେହିବି ନିଜ ହସକୁ ରୋକି ପାରିବେ ନାହିଁ।
ଦେଖିବାକୁ ମିଳେ ଯେ, ବାରିକ କେଶ କାଟିବା ସମୟରେ ପାଣି ସିଞ୍ଚନ କରି ପ୍ରଥମେ କେଶକୁ ଓଦା କରିଥାଏ। କେହି କେହି ୨/୩ ଥର ପାଣି ସ୍ପ୍ରେ କରିଥାନ୍ତି। କିନ୍ତୁ ଜଣେ ବାରିକ ଗ୍ରାହକ କେଶରେ ବାରମ୍ବାର ପାଣି ସ୍ପ୍ରେ କରିଥିଲେ। ଏଥିରେ ଗ୍ରାହକ ଜଣଙ୍କ ରାଗିଯାଇ ପାଣି ପୂର୍ଣ୍ଣ ଏକ ମଗକୁ ନିଜ ମୁଣ୍ଡ ଉପରେ ଢାଳିଦେଇଥିଲେ ଓ ପରେ ମୁଣ୍ଡରେ ସାବୁନ ଲଗାଇଥିଲେ। ଏହାର କିଛି ସମୟ ପରେ ବାରିକ ପୁଣିଥରେ ତାଙ୍କ ମୁଣ୍ଡରେ ପାଣି ସ୍ପ୍ରେ କରିଥିଲେ। ଏଥିରେ ଗ୍ରାହକ ରାଗିଯାଇ ଟଙ୍କା ଦେଇ ସେଠାରୁ ଉଠି ପଳାଉଛନ୍ତି।
ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ନିଜ ହସକୁ ରୋକି ପାରୁ ନାହାନ୍ତି।

Share