Categories: ଫୁରସତ

କଇଁଚି ପରିବର୍ତ୍ତେ ହାତୁଡ଼ି, କାଚରେ କଟାଯାଉଛି କେଶ, ଅଧିକ ଆକର୍ଷିତ ହେଉଛନ୍ତି ଗ୍ରାହକ

ବାରିକ କଇଁଚି ସହାୟତାରେ ଗ୍ରାହକଙ୍କର କେଶ କାଟିଥାଏ। ଏହା ସମସ୍ତେ ଜାଣନ୍ତି। ହେଲେ ପାକିସ୍ତାନର ଲାହୋର ସହରରେ ଏମିତି ଜଣେ ବାରିକ ଅଛନ୍ତି, ଯିଏ କି କଇଁଚି ପରିବର୍ତ୍ତେ ହାତୁଡ଼ି ଏବଂ ଛୁରିରେ କେଶ କାଟିଥାନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ବାରିକ ଜଣକ ହେଲେ ଅଲି ଅବ୍ବାସ।
ଅଲ୍ଲୀ ସବୁବେଳେ କିଛି ଭିନ୍ନ କରି ଦେଖାଇବାକୁ ଚାହାନ୍ତି। ତେଣୁ ପ୍ରତିଦିନ ତାଙ୍କ ମନରେ କିଛି ନା କିଛି ଧାରଣା ଆସିଥାଏ। ତାହାକୁ ସେ ନିଜ କେଶରେ ପ୍ରୟୋଗ କରିଥାନ୍ତି। କୌଣସି ନୂଆ ଜିନିଷ ଆପଣାଇବା ପୂର୍ବରୁ ସେ ସର୍ବପ୍ରଥମେ ସେଥିପାଇଁ ତାଲିମ ନେଇଥାନ୍ତି; ଯାହାଦ୍ୱାରା କୌଣସି ଗ୍ରାହକଙ୍କର ଯେପରି କିଛି ଅସୁବିଧା ନ ହେବ। ତେବେ କେଶକୁ ଲେୟାର ଲେୟାର କରି କାଟିବା ପାଇଁ ସେ କାଚଖଣ୍ଡ ବ୍ୟବହାର କରିଥାନ୍ତି। ବିଶେଷକରି ଏଥିପ୍ରତି ଗ୍ରାହକମାନେ ଅଧିକ ଆକର୍ଷିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।
ଏ ନେଇ ଅଲ୍ଲୀ କହିଛନ୍ତି, ଏପରି କରିବାର କାରଣ ହେଉଛି ତାଙ୍କୁ ପରୀକ୍ଷା କରିବାକୁ ଭଲ ଲାଗେ। ସେ କେଶ କାଟିବା ସମୟରେ ଜଣେ ଗ୍ରାହକ ଭିଡିଓ କରି ତାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ପରେ ଏହା ଭାଇରାଲ ହେବାରେ ଲାଗିଛି।

Share