Categories: ଖେଳ

ବରାହୀପୁର ଫୁଟବଲ: ଗଣ୍ଡରପୁର ଚାମ୍ପିୟନ

କଣ୍ଟାପଡା, ୨।୧(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବରାହୀପୁର ଗୋପୀନାଥ ଆଥଲେଟିକ ଆସୋସିଏଶନ ପକ୍ଷରୁ ଆୟୋଜିତ ୪୦ ତମ ଦିନିକିଆ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ ଦହି ଗଁା ଫୁଟବଲ ଟିମକୁ ୨-୦ ଗୋଲରେ ହରାଇ ଗଣ୍ଡରପୁର ଚାମ୍ପିୟନ ହୋଇଛି। ପ୍ରଥମ କ୍ୱାର୍ଟରରେ ଉଷୁମାକୁ ହରାଇ ପ୍ରହରାଜପୁର, ୨ୟ କ୍ୱାର୍ଟରରେ ପ୍ରତାପନଗରୀକୁ ହରାଇ ଦହି ଗଁା, ୩ୟ କ୍ୱାର୍ଟରରେ ଶିବଶକ୍ତି କ୍ଲକବୁ ହରାଇ ଗଣ୍ଡରପୁର ଓ ୪ର୍ଥ କ୍ୱାର୍ଟରରେ ମାରୁ ଫୁଟବଲ କ୍ଲବକୁ ହରାଇ ରକି ଫୁଟବଲ କ୍ଲବ ସେମିଫାଇନାଲରେ ପ୍ରବେଶ କରିଥିଲା। ୧ମ ସେମି ଫାଇନାଲରେ ପ୍ରହରାଜପୁରକୁ ୧-୦ ଗୋଲରେ ହରାଇ ଦହିଗଁା ଓ ୨ୟ ସେମି ଫାଇନାଲରେ ରକି ଫୁଟବଲ କ୍ଲବକୁ ୧-୦ ଗୋଲରେ ହରାଇ ଗଣ୍ଡରପୁର ଫାଇନାଲରେ ପ୍ରବେଶ କରିଥିଲା। ବିଜୟୀ ଓ ରନରଅପ ଦଳକୁ ଟ୍ରଫିସହ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ମ୍ୟାଚଗୁଡିକୁ ସନ୍ଦୀପ ଦାସ, ସଞ୍ଜିବ ଦାସ, ପ୍ରଦୀପ ନାୟକ ଓ ପ୍ରଦୀପ ନାୟକ ପରିଚାଳନା କରିଥିଲେ।

Share