ଏବେଠୁ ଆଶଙ୍କାରେ ମିଲର୍ସ; ମିଲ୍‌ରୁ ଉଠୁନି ଚାଉଳ, ଆଗକୁ ଧାନକିଣାକୁ ନେଇ…

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ)- ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉମାତ୍ର ୨ ମାସ ବାକି ରହିଛି। ଆସନ୍ତା ନଭେମ୍ବର ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ଗତ କେଏମଏସ୍‌ ୨୦୨୪-୨୫ବର୍ଷର ଅର୍ଦ୍ଧାଧିକ କଷ୍ଟମ ମିଲଡ୍‌ ଚାଉଳ ସଂଗୃହୀତ ହୋଇପାରି ନାହିଁ। ସେଥିରେ ସରକାର ବିଫଳ ହୋଇଥିବାବେଳେ ସେହି ଚାଉଳ ଏବଂ ଗତ ରବିରେ ସଂଗୃହୀତ ଧାନରେ ମିଲ ଗୁଡ଼ିକ ପୂରି ରହିଛି। ଏଭଳି ପରିସ୍ଥିତିରେ ମିଲ୍‌ ଗୁଡ଼ିକରୁ ଚାଉଳ ଉଠା ନ ଗଲେ ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜଟିଳ ହୋଇ ପଡ଼ିବ ବୋଲି ଶୁକ୍ରବାର ବରଗଡ଼ ହୋଟେଲ ଗଣପତିଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଜିଲା ମିଲର୍ସ ଆସୋସିଏଶନର ପ୍ରତିନିଧିବୃନ୍ଦ ଆଶଙ୍କା ପ୍ରକାଶ କରିଛନ୍ତି। ଫଳରେ ଜିଲାରେ ଏବେଠାରୁ ଚାଉଳ ଉଠାଣ ପ୍ରକ୍ରିୟାକୁ ଯଥେଷ୍ଟ ଗୁରୁତ୍ୱ ଦେବାକୁ ଆସୋସିଏଶନ ପକ୍ଷରୁ ଜିଲା ପ୍ରଶାସନ ଏବଂ ସରକାରଙ୍କୁ ନିବେଦନ କରାଯାଇଛି।

ଖବରଦାତା ସମ୍ମିଳନୀରେ ମିଲର୍ସ ଆସୋସିଏଶନର ପ୍ରତିନିଧିବୃନ୍ଦ ସୂଚନା ଦେଇ କହିଥିଲେ, ଜିଲାର ରାଇସ୍‌ ମିଲ ଗୁଡ଼ିକରୁ ଏପର୍ଯ୍ୟନ୍ତ ମାତ୍ର ୩୯ ପ୍ରତିଶତ ଚାଉଳ ଉଠାଯାଇଛି। ଆହୁରି ୬୧ପ୍ରତିଶତ ଚାଉଲ ଜିଲାରେ ରହିଥିବା ରାଇସ୍‌ ମିଲ ଗୁଡ଼ିକର ଗୋଦାମରେ ପୂରି ରହିଛି। ଏପରିକି ଆଉ ଧାନକୁ ସୁରକ୍ଷିତ ରଖିବା ପାଇଁ ମିଲ୍‌ ଗୁଡ଼ିକରେ ଜାଗା ନାହିଁ। ତେବେ ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ଚାଉଳ ସବୁକୁ ଉଠା ନ ଗଲେ ସେତେବେଳେ ମିଲର୍ସଙ୍କ ପକ୍ଷରେ ମଣ୍ଡିରୁ ଧାନ ଉଠାଇ ମିଲରେ ରଖିବା ସମ୍ଭବ ହେବ ନାହିଁ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ଜଟିଳ ସ୍ଥିତି ଉପୁଜିବ।

ସେହିପରି ଦୀର୍ଘ ୨ବର୍ଷ ହେଲା ମିଲର୍ସମାନଙ୍କୁ କଷ୍ଟୋଡ଼ି ମେଣ୍ଟେନାନ୍ସ ଚାର୍ଜେସ୍‌ ମଧ୍ୟ ମିଳି ନାହିଁ। ତେବେ ଏହା ନ ମିଳିଲେ ସେମାନେ ଆଗକୁ ଧାନ, ଚାଉଳ ଷ୍ଟକ ରଖିବା ପାଇଁ ମଧ୍ୟ ସକ୍ଷମ ହେବେ ନାହିଁ ବୋଲି ମିଲର୍ସ ପ୍ରତିନିଧି କହିଛନ୍ତି। ଏହି ଦୃଷ୍ଟିରୁ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନକୁ ସୁରକ୍ଷିତ ରିବା ପାଇଁ ରାଜ୍ୟ ସରକାର କୌଣସି ଅନ୍ୟ ଏକ ଏଜେନ୍ସିକୁ ଦାୟିତ୍ୱ ପ୍ରଦାନ କରିବାକୁ ଆସୋସିଏଶନ ପକ୍ଷରୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ସମସ୍ୟା ନେଇ ଆସୋସିଏଶନ ପକ୍ଷରୁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ, ଜିଲାପାଳ, ବିଧାୟକ, ଏମ୍‌ପିଙ୍କଠାରୁ ଆରମ୍ଭ କରି ଯୋଗାଣ ସଚିବ, ଯୋଗାଣ ମନ୍ତ୍ରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ କିଛି ସୁଫଳ ମିଳି ନ ଥିବା ମିଲର୍ସ ଆସୋସିଏଶନ ଅଭିଯୋଗ କରିଛି। ଆସୋସିଏଶନର ନିତେଶ ବଂଶଲ, ଚନ୍ଦନ ଅଗ୍ରୱାଲ, ଦିନେଶ ପାଣିଗ୍ରାହୀ, ଗିରିଧର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଜିଲାର ଅନେକ ମିଲର୍ସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri