ବରାଦର-ହକ୍କାନି ମୁହଁ।ମୁହିଁ

କାବୁଲ, ୧୬ା୯: ଆଫଗାନିସ୍ତାନକୁ କବ୍‌ଜା କରି ତାଲିବାନ୍‌ ସରକାର ସିନା ଗଢ଼ିଦେଲା କିନ୍ତୁ ବ୍ୟବସ୍ଥିତ ଢଙ୍ଗରେ ତାହାର ପରିଚାଳନା ଏହି ଆତଙ୍କବାଦୀ ଗୋଷ୍ଠୀ ପାଇଁ କାଠିକର ପାଠ ହୋଇଛି। କ୍ଷମତା କନ୍ଦଳ ପରେ ବିଜୟର ଶ୍ରେୟ ନେବାକୁ ମୁହଁ।ମୁହିଁ ହୋଇଛନ୍ତି ତାଲିବାନ୍‌ ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନି ବରାଦର ଏବଂ ତାଲିବାନ୍‌ ୨.୦ରେ ସାମିଲ ହୋଇଥିବା ପାକିସ୍ତାନ ସମର୍ଥତ୍ତ ହକ୍କାନି ଗୋଷ୍ଠୀ। ଦୀର୍ଘବର୍ଷ ଧରି ସରକାରକୁ ଫେରିବାକୁ ସୁଚିନ୍ତିତ ରଣନୀତି କାମ ଦେଇଥିବା ବରାଦର କହୁଥିବାବେଳେ ଆମେରିକା ସୈନ୍ୟ ଓ ଆଫଗାନିସ୍ତାନ ସରକାରକୁ ହଟାଇବାରେ ଲଢ଼ୁଆଙ୍କ ସାହସକୁ ଶ୍ରେୟ ଦେଇଛି ହକ୍କାନି। ଏହାକୁ ନେଇ ରାଷ୍ଟ୍ରପତି ଭବନରେ ବରାଦର ଓ କ୍ୟାବିନେଟ୍‌ ସଦସ୍ୟ ଖଲିଲ୍‌ ଉର୍‌-ରେହମାନ୍‌ ହକ୍କାନିଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ କାବୁଲ ଛାଡ଼ି କାନ୍ଦାହାର ପଳାଇଛନ୍ତି ତାଲିବାନର ଏହି ଶୀର୍ଷ ନେତା।
ଆଫଗାନିସ୍ତାନ ବିଜୟକୁ ନେଇ ତାଲିବାନ୍‌ ୨.୦ରେ ଫାଟ ସୃଷ୍ଟି ହୋଇଛି। କ୍ଷମତା କନ୍ଦଳ ଯୋଗୁ ନିକଟରେ ହକ୍କାନି ନେଟଓ୍ବର୍କ ଦ୍ୱାରା ଗୁଳିର ଶିକାର ହୋଇଥିବା ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଗନି ବରାଦର ଆଫଗାନିସ୍ତାନ ବିଜୟର ଶ୍ରେୟ ନିଜକୁ ଦେଇଥିବାବେଳେ ହକ୍କାନି ଗୋଷ୍ଠୀ ତାହାକୁ ସ୍ବୀକାର କରିପାରୁନି। ଏହାକୁ ନେଇ ତାଲିବାନ୍‌ ଅନ୍ତରୀଣ ସରକାରରେ ପୁଣି ମତଭେଦ ଓ କନ୍ଦଳ ମୁଣ୍ଡ ଟେକିଛି। କାବୁଲସ୍ଥିତ ରାଷ୍ଟ୍ରପତି ଭବନରେ ଗତ ସପ୍ତାହରେ ବରାଦର ଓ କ୍ୟାବିନେଟ୍‌ ସଦସ୍ୟ ଖଲିଲ୍‌ ଉର୍‌-ରେହମାନ୍‌ ହକ୍କାନିଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହା ପରେ ବରାଦର କାବୁଲ ଛାଡ଼ି କାନ୍ଦାହାର ପଳାଇଥିବା ଏଥିରେ କୁହାଯାଇଛି।
ରାଷ୍ଟ୍ରପତି ଭବନରେ ବରାଦର ଓ ଶରଣାର୍ଥୀ ମନ୍ତ୍ରୀ ଖଲିଲ ହକ୍କାନିଙ୍କ ମଧ୍ୟରେ ବିବାଦ ହେବା ପରେ ଉଭୟଙ୍କ ସମର୍ଥକ ପରସ୍ପର ସହ ମାରପିଟ୍‌ରେ ମାତିଯାଇଥିଲେ। କାତାରସ୍ଥିତ ତାଲିବାନ ପଲିଟିକାଲ ଅଫିସ୍‌ର ଜଣେ ବରିଷ୍ଠ ସଦସ୍ୟ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ। ରିପୋର୍ଟ ଅନୁସାରେ, ତାଲିବାନ୍‌ ୨.୦ ସରକାରରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ନେଇ ବରାଦର ଅସନ୍ତୁଷ୍ଟ ଅଛନ୍ତି। ବରାଦରଙ୍କ ଅନୁସାରେ ଆଫଗାନିସ୍ତାନ ବିଜୟରେ ତାଙ୍କ ପରି ବରିଷ୍ଠ ନେତାଙ୍କ ରଣନୀତି କାମ ଦେଇଛି। ତେଣୁ ବିଜୟର ମୂଳ ହକ୍‌ଦାର ହେଉଛନ୍ତି ସେମାନେ। ବରାଦର ହେଉଛନ୍ତି ପ୍ରଥମ ତାଲିବାନ୍‌ ନେତା ଯେ କି, ୨୦୨୦ରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଫୋନ୍‌ରେ ସିଧାସଳଖ କଥା ହୋଇଥିଲେ। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିମନ୍ତେ ହୋଇଥିବା ଦୋହା ଚୁକ୍ତିରେ ମଧ୍ୟ ବରାଦର ସ୍ବାକ୍ଷର କରିଥିଲେ। କିନ୍ତୁ ବରାଦରଙ୍କୁ ଶ୍ରେୟ ଦେବାକୁ ଚାହୁଁନାହିଁ ହକ୍କାନି ନେଟଓ୍ବର୍କ। ଏହି ଗୋଷ୍ଠୀ ଅନୁସାରେ ବରାଦର ନୁହେଁ ଯୁଦ୍ଧ ଭୂମିରେ ସେମାନଙ୍କ ସାହସ ଯୋଗୁ ଏହି ବିଜୟ ମିଳିଛି। ଆଫଗାନ୍‌ ମାଟିରେ ପାଶ୍ଚାତ୍ୟ ବଳ ସହ ହୋଇଥିବା ଭୟଙ୍କର ହିଂସାକାଣ୍ଡରେ ହକ୍କାନି ନେଟ୍‌ଓ୍ବର୍କ ସାମିଲ ହୋଇଥିଲା। ଆମେରିକା ହକ୍କାନିକୁ ଆତଙ୍କବାଦୀ ସଙ୍ଗଠନ ତାଲିକାରେ ରଖିଛି। ଏହା ସତ୍ତ୍ୱେ ତାଲିବାନ୍‌ ହକ୍କାନି ନେତା ସିରାଜୁଦ୍ଦିନ ହକ୍କାନିଙ୍କୁ ଆଭ୍ୟନ୍ତରୀଣ ମନ୍ତ୍ରୀ କରିଛି।
ଅନ୍ୟପକ୍ଷରେ କିଛିଦିନ ହେଲା ସର୍ବସାଧାରଣରେ ବରାଦରଙ୍କୁ ଦେଖିବାକୁ ମିଳିନାହିଁ। ହକ୍କାନି ଗୋଷ୍ଠୀ ପକ୍ଷରୁ ଗୁଳି ଖାଇବା ପରେ ସେ ମୃତ ବୋଲି ଚର୍ଚ୍ଚା ଲାଗିରହିଥିଲା। କିନ୍ତୁ ନିକଟରେ ତାଲିବାନ୍‌ ପକ୍ଷରୁ ଏକ ଅଡିଓ କ୍ଲିପ୍‌ ଟୁଇଟ୍‌ କରାଯାଇଥିଲା ଯେଉଁଥିରେ ବରାଦର ଜୀବିତ ଥିବା ନେଇ ସେ କହୁଥିବା ଏଥିରେ ଶୁଣିବାକୁ ମିଳିଥିଲା। ଏବେ ପୁଣି ବରାଦର ଓ ହକ୍କାନି ଗୋଷ୍ଠୀ ମଧ୍ୟରେ ବିବାଦ ସାମ୍‌ନାକୁ ଆସିଛି। ତେବେ ଅନ୍ତରୀଣ ସରକାରରେ କୌଣସି ପ୍ରକାର ମତଭେଦ ନ ଥିବା ତାଲିବାନ୍‌ ସଫେଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri