ବାରାକ ଓବାମା କରୋନା ପଜିଟିଭ୍‌, ନେଇଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ,୧୪।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ୍‌ ହୋଇଛନ୍ତି। ସେ ବୁଷ୍ଟର ଡୋଜ୍‌ ମଧ୍ୟ ନେଇଥିଲେ। ନେଇ ଓବାମା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ଧରି ତାଙ୍କ ଗଳାରେ ସଂକ୍ରମଣ ହେବା ସହିତ ସେ ଅସୁସ୍ଥ ଅନୁଭବ କରୁଥିବା କହିଛନ୍ତି।

ପରେ ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ସେ ପ୍ରକାଶ କରିଛନ୍ତି। ସେ ଶୁକ୍ରବାର ମିସେଲଙ୍କ ସହିତ ବୁଷ୍ଟର ଡୋଜ୍‌ ନେଇଥିଲେ। ଓବାମା ଲୋକଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିବା ସହିତ କହିଛନ୍ତି ଯେ, ଏହା ସଂକ୍ରମଣରୁ ସୁରକ୍ଷା ଦେବାକୁ ସକ୍ଷମ।

 

Share