Categories: ଜାତୀୟ

‘ଯିଏ ଭୋଟ ନ ଦେଇଛ, ସେ ଆମ ପାଖକୁ ଆସ ନାହିଁ’

ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ନିର୍ବାଚନୀ ବୈତରଣୀ ପାର୍‌ ହେବା ପରେ ବିଧାୟକଙ୍କ ଅସଲ ରୂପ ମଧ୍ୟ ପଦାକୁ ଆସୁଛି। ସବ୍‌କା ସାଥ୍‌, ସବ୍‌କା ବିକାଶ ନାରା ଦେଇ ସରକାରକୁ ଆସିଥିବା ଭାଜପାର ଜଣେ ବିଧାୟକ ଧମକ ଦେଇଛନ୍ତି। ବାରବାଙ୍ଗୀର ହାଦରଗଡ ଭାଜପା ବିଧାୟକ ଦିନେଶ ରାଓ୍ବତ କହିଛନ୍ତି, ଯେଉଁମାନେ ଆମକୁ ଭୋଟ ଦେଇନାହାନ୍ତି, ସେମାନେ କୌଣସି ସାହାଯ୍ୟ ପାଇଁ ଆମ ପାଖକୁ ନ ଆସନ୍ତୁ। ଆମକୁ ଭୋଟ ଦେଇଥିବା ଲୋକଙ୍କୁ ହିଁ ଆମେ କେବଳ ସହାୟତା ଯୋଗାଇବୁ। ୨୦୨୪ ଲୋକ ସଭା ନିର୍ବାଚନରେ ମୋଦିଜୀଙ୍କୁ ଭୋଟ ଦେଲେ ଆମେ ସେମାନଙ୍କୁ ସାହାଯ୍ୟ ଦେବୁ। ଆମେ ବିପକ୍ଷଙ୍କୁ କେବେ ସମ୍ମାନ ଦେବା ଶିଖିନାହୁଁ। ହୋଲି ମିଳନ ଅବସରରେ ଅନୁଷ୍ଠିତ ଏକ ସଭାକୁ ସମ୍ବୋଧିତ କରି ଦିନେଶ ଏପରି କହିଛନ୍ତି। ଦିନେଶ ଏପରି କହୁଥିବାର ଭିଡିଓ ଭାଇରାଲ ହୋଇଛି।

Share