Categories: ଜାତୀୟ

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଇଥିଲେ ସ୍ବାମୀ, ବିଦ୍ୟୁତ ବିଲ୍‌ରୁ ଜଣାପଡିଲା ସତ୍ୟତା: ଜାଣନ୍ତୁ କେମିତି

ଅଯୋଧ୍ୟା,୧୭।୮: ଉତ୍ତରପ୍ରଦେଶର ଅଯୋଧ୍ୟା-ବାରାବାଙ୍କୀ ରୋଡ୍‌ରୁ ଆୟଶା ନାମକ ଜଣେ ଯୁବତୀଙ୍କ କଟା ମୃତଦେହ ଗତ ଜୁଲାଇ ୭ ତାରିଖରେ ମିଳିଥିଲା। ତେବେ ତାଙ୍କୁ କିଏ ମାରିଛି ପୋଲିସ ଏପର୍ଯ୍ୟନ୍ତ ପ୍ରମାଣ ମିଳୁ ନ ଥିଲା। ଏବେ ଏହି ଘଟଣାର ପର୍ଦ୍ଦାପାଶ ହୋଇଛି। ଆଶାଙ୍କ ସ୍ବାମୀ ହିଁ ତାଙ୍କୁ ମାରିଥିବା ପ୍ରମାଣ ମିଳିଛି। ପୋଲିସ କହିଛି, ଆୟଶା ମୁମ୍ବାଇରେ ରୁହନ୍ତି। ସେ ଉତ୍ତର ପ୍ରଦେଶରେ ସମୀରଙ୍କୁ ବିବାହ କରିଥିଲେ। ସ୍ବାମୀ ହତ୍ୟା କରି ୬ ଖଣ୍ଡ କାଟିଥିଲେ। ପରେ ବଜାରରୁ ଏକ ବ୍ୟାଗ୍‌ କିଣି ପ୍ୟାକ୍‌ କରି ରାସ୍ତାରେ ପକାଇ ଦେଇଥିଲେ। ଦୁହଁଙ୍କ ମଧ୍ୟରେ ଝଗଡା ହେବାରୁ ସମୀର ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ କହିଛି। ସମୀର ସ୍ତ୍ରୀଙ୍କ ହତ୍ୟା କରି ନେପାଳ ପଳାଇଯିବାକୁ ଚାହୁଁଥିଲେ। କାଳେ କେହି ସନ୍ଦେହ କରିବେ ସେଥିପାଇଁ ସେ ଅଗଷ୍ଟ ଶେଷ ସପ୍ତାହକୁ ଯିବାର ଯୋଜନା କରିଥିଲେ। ଆୟଶାଙ୍କୁ ହତ୍ୟା କରିଥିବା ବ୍ୟାଗ୍‌ରେ ସମୀରଙ୍କୁ ଘରର ବିଦ୍ୟୁତ୍‌ ବିଲ୍‌ ରହିଯାଇଥିଲା। ପୋଲିସ ଏହି ବିଲ୍‌ ଦେକତ୍ ସମୀରଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସମୀର ମୁମ୍ବାଇରେ ଏକ ଚିକେନ୍‌ ଦୋକାନ କରିଥିଲେ। ଏଠାରେ ହିଁ ଆୟଶାଙ୍କୁ ଭେଟିଥିଲେ ବୋଲି ପୋଲିସ କହିଛି।

Share