ସୋମବାରଠାରୁ ବାର୍‌-ପାର୍କ ଖୋଲା…

ନୂଆଦିଲ୍ଲୀ,୨୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଧୀରେଧୀରେ ଅନ୍‌ଲକ୍‌ ଅନ୍ତର୍ଗତ କଟକଣା ହଟାଯାଉଛି। ସୋମବାରଠାରୁ ଦିଲ୍ଲୀରେ ବାର୍‌ ଏବଂ ପାର୍କ ଖୋଲା ଯିବ। ବାର୍‌ ଗୁଡ଼ିକ ୫୦ ପ୍ରତିଶତ କ୍ଷମତା ଆଧାରରେ ଖୋଲା ଯିବାକୁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାର୍‌ ଗୁଡ଼ିକ ମଧ୍ୟାହ୍ନ ୧୨ଟାଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ରେଷ୍ଟୁରାଣ୍ଟ୍‌ ଗୁଡ଼ିକର ଖୋଲିବା ସମୟ ସୀମାକୁ ଅଧିକ ୪ ଘଣ୍ଟା ବଢ଼ାଇ ଦିଆଯାଇଛି। ପୂର୍ବରୁ ରେଷ୍ଟୁରାଣ୍ଟ୍‌ ଗୁଡ଼ିକର ପୂର୍ବାହ୍ନ ୧୦ଟା ଠାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ଏବେ ସକାଳ ୮ଟାଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ୍‌ ଖୋଲା ରହିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Share