ସରିଲା ବାର ଆସୋସିଏଶନ ନିର୍ବାଚନ: ରାୟଗଡ଼ାରେ ଦେବୀ, ବିଷମକଟକରେ ସନ୍ତୋଷ, କାଶୀପୁରରେ କହ୍ନେଇଲାଲ ସଭାପତି

ରାୟଗଡ଼ା/ବିଷମକଟକ/କାଶୀପୁର/ଟିକିରି,୨୯।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା): ଆସନ୍ତା ଆର୍ଥିକ ବର୍ଷ ପାଇଁ ଶନିବାର ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀଙ୍କ ବାର ଆସୋସିଏଶନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଜିଲାର ରାୟଗଡ଼ା, ବିଷମକଟକ, କାଶୀପୁର ଓ ଗୁଣପୁର ବାର ଆସୋସିଏଶନରେ ନିର୍ବାଚନ ଫଳାଫଳ ଘୋଷଣା ସରିଛି।

ରାୟଗଡ଼ା ବାର ଆସୋସିଏଶନରେ ସଭାପତି ପ୍ରାର୍ଥୀ ଦେବୀ ପ୍ରସାଦ ପଟ୍ଟନାୟକ ୧୦୭ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବିରଜା ପ୍ରସାଦ ପାତ୍ର ୮୪ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ୧୦୧ ଖଣ୍ଡ ଭୋଟ ପାଇ ସୁରେନ୍ଦ୍ର କୁମାର ଶର୍ମା ଉପସଭାପତି ହୋଇଥିବା ବେଳେ ସୁଶାନ୍ତ ଖୋସଲା ୯୧ ଖଣ୍ଡ ଭୋଟ ପାଇଛନ୍ତି। ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆ ୧୦୨ ଖଣ୍ଡ ଭୋଟ ପାଇ ସମ୍ପାଦକ ହୋଇଥିବା ବେଳେ ନବ କୁମାର କଣ୍ଟା ୮୮ଟି ଭୋଟ ପାଇଛନ୍ତି।

ସେହିଭଳି ଏସ୍‌. ଶଙ୍କର ରାଓଦୋରା ୧୪୦ ଖଣ୍ଡ ଭୋଟ ପାଇ ଯୁଗ୍ମ ସମ୍ପାଦକ ହୋଇଥିବା ବେଳେ ଜ୍ଞାନେନ୍ଦ୍ର ମଲିକ ୫୦ ଖଣ୍ଡ ଭୋଟ ପାଇଛନ୍ତି । ଏହାବ୍ୟତୀତ ୧୨୮ ଖଣ୍ଡ ଭୋଟ ପାଇ ମୋହନ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ କ୍ରିଷ୍ଣା ଦାସ ଗେଡ଼ିଲା ୬୩ଖଣ୍ଡ ଭୋଟ ପାଇଛନ୍ତି। ଏହି ନିର୍ବାଚନରେ ମୋଟ ୬ଟି ଭୋଟ ନାକଚ ହୋଇଥିବା ଜଣାପଡ଼ିଛି। ଆଇନଜୀବୀ ଜଗନ୍ନାଥ ଦୋରା ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରୁଥିଲେ। ସେହିପରି ସଚ୍ଚିଦାନନ୍ଦ ଖାଡ଼ଙ୍ଗା, ବିନାୟକ କର, କୃଷ୍ଣ ପ୍ରସାଦ ପାଢ଼ୀ, ବ୍ରଜସୁନ୍ଦର ନାୟକ, ରମେଶ ପାଢ଼ୀ, ମେଘନାଦ ନାୟକ, ରବି ପ୍ରସାଦ ମହାପାତ୍ର ଓ ଆସୋସିଏଶନର ଅନ୍ୟ ସଦସ୍ୟମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ା

ସେହିପରି ବିଷମକଟକ ଓ କାଶୀପୁର ବାର ଆସୋସିଏଶନରେ ସମସ୍ତ ପଦବୀ ପାଇଁ ସର୍ବସମ୍ମତି କ୍ରମେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ କରିଥିଲେ ା ଏହି କ୍ରମରେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ସଭାପତି, ମନୋଜ କୁମାର ପାତ୍ର ଉପସଭାପତି, ସଦାନନ୍ଦ ଦାଶ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ମନମୋହନ ମହାପାତ୍ର ଯୁଗ୍ମ ସମ୍ପାଦକ ଏବଂ ଅନୁପ ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

କାଶୀପୁର ବାର ଆସୋସିଏଶନରେ ମଧ୍ୟ ସର୍ବସମ୍ମତି କ୍ରମେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି ା ଆଇନଜୀବୀ କହ୍ନେଇଲାଲ ଜୈନ ସଭାପତି, ଭାଗିରଥି ହାଲବା ଉପସଭାପତି, ଭଗବାନ ପାତ୍ର ସମ୍ପାଦକ ହୋଇଛନ୍ତି। ସେହିଭଳି ରାଜେଶ କୁମାର ବୈଦ୍ୟ ଯୁଗ୍ମ ସମ୍ପାଦକ ଏବଂ ପ୍ରଶାନ୍ତ କୁମାର ପୂଜାରୀ କୋଷାଧ୍ୟକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri