ସରିଲା ବାର ଆସୋସିଏଶନ ନିର୍ବାଚନ: ରାୟଗଡ଼ାରେ ଦେବୀ, ବିଷମକଟକରେ ସନ୍ତୋଷ, କାଶୀପୁରରେ କହ୍ନେଇଲାଲ ସଭାପତି

ରାୟଗଡ଼ା/ବିଷମକଟକ/କାଶୀପୁର/ଟିକିରି,୨୯।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା): ଆସନ୍ତା ଆର୍ଥିକ ବର୍ଷ ପାଇଁ ଶନିବାର ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀଙ୍କ ବାର ଆସୋସିଏଶନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଜିଲାର ରାୟଗଡ଼ା, ବିଷମକଟକ, କାଶୀପୁର ଓ ଗୁଣପୁର ବାର ଆସୋସିଏଶନରେ ନିର୍ବାଚନ ଫଳାଫଳ ଘୋଷଣା ସରିଛି।

ରାୟଗଡ଼ା ବାର ଆସୋସିଏଶନରେ ସଭାପତି ପ୍ରାର୍ଥୀ ଦେବୀ ପ୍ରସାଦ ପଟ୍ଟନାୟକ ୧୦୭ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବିରଜା ପ୍ରସାଦ ପାତ୍ର ୮୪ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ୧୦୧ ଖଣ୍ଡ ଭୋଟ ପାଇ ସୁରେନ୍ଦ୍ର କୁମାର ଶର୍ମା ଉପସଭାପତି ହୋଇଥିବା ବେଳେ ସୁଶାନ୍ତ ଖୋସଲା ୯୧ ଖଣ୍ଡ ଭୋଟ ପାଇଛନ୍ତି। ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆ ୧୦୨ ଖଣ୍ଡ ଭୋଟ ପାଇ ସମ୍ପାଦକ ହୋଇଥିବା ବେଳେ ନବ କୁମାର କଣ୍ଟା ୮୮ଟି ଭୋଟ ପାଇଛନ୍ତି।

ସେହିଭଳି ଏସ୍‌. ଶଙ୍କର ରାଓଦୋରା ୧୪୦ ଖଣ୍ଡ ଭୋଟ ପାଇ ଯୁଗ୍ମ ସମ୍ପାଦକ ହୋଇଥିବା ବେଳେ ଜ୍ଞାନେନ୍ଦ୍ର ମଲିକ ୫୦ ଖଣ୍ଡ ଭୋଟ ପାଇଛନ୍ତି । ଏହାବ୍ୟତୀତ ୧୨୮ ଖଣ୍ଡ ଭୋଟ ପାଇ ମୋହନ ନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ କ୍ରିଷ୍ଣା ଦାସ ଗେଡ଼ିଲା ୬୩ଖଣ୍ଡ ଭୋଟ ପାଇଛନ୍ତି। ଏହି ନିର୍ବାଚନରେ ମୋଟ ୬ଟି ଭୋଟ ନାକଚ ହୋଇଥିବା ଜଣାପଡ଼ିଛି। ଆଇନଜୀବୀ ଜଗନ୍ନାଥ ଦୋରା ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରୁଥିଲେ। ସେହିପରି ସଚ୍ଚିଦାନନ୍ଦ ଖାଡ଼ଙ୍ଗା, ବିନାୟକ କର, କୃଷ୍ଣ ପ୍ରସାଦ ପାଢ଼ୀ, ବ୍ରଜସୁନ୍ଦର ନାୟକ, ରମେଶ ପାଢ଼ୀ, ମେଘନାଦ ନାୟକ, ରବି ପ୍ରସାଦ ମହାପାତ୍ର ଓ ଆସୋସିଏଶନର ଅନ୍ୟ ସଦସ୍ୟମାନେ ନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ା

ସେହିପରି ବିଷମକଟକ ଓ କାଶୀପୁର ବାର ଆସୋସିଏଶନରେ ସମସ୍ତ ପଦବୀ ପାଇଁ ସର୍ବସମ୍ମତି କ୍ରମେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ କରିଥିଲେ ା ଏହି କ୍ରମରେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ସଭାପତି, ମନୋଜ କୁମାର ପାତ୍ର ଉପସଭାପତି, ସଦାନନ୍ଦ ଦାଶ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ମନମୋହନ ମହାପାତ୍ର ଯୁଗ୍ମ ସମ୍ପାଦକ ଏବଂ ଅନୁପ ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

କାଶୀପୁର ବାର ଆସୋସିଏଶନରେ ମଧ୍ୟ ସର୍ବସମ୍ମତି କ୍ରମେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି ା ଆଇନଜୀବୀ କହ୍ନେଇଲାଲ ଜୈନ ସଭାପତି, ଭାଗିରଥି ହାଲବା ଉପସଭାପତି, ଭଗବାନ ପାତ୍ର ସମ୍ପାଦକ ହୋଇଛନ୍ତି। ସେହିଭଳି ରାଜେଶ କୁମାର ବୈଦ୍ୟ ଯୁଗ୍ମ ସମ୍ପାଦକ ଏବଂ ପ୍ରଶାନ୍ତ କୁମାର ପୂଜାରୀ କୋଷାଧ୍ୟକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, କର୍ମଚାରୀଙ୍କ ପ୍ରତି ତାଙ୍କ…

ଦିଗପହଣ୍ଡି, ୨୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼.ଶଙ୍କର ନାରାୟଣ ବେଜ ଶନିବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଶନିବାର ଏଥି…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri