Advertisement

ଖାଇବା ପାଇଁ ‘ଜିମି ଜିମି ଆଜା ଆଜା’ ଗୀତ ଗାଉଛନ୍ତି ଚାଇନାବାସୀ

ବେଜିଂ,୧।୧୧: କରୋନା ବିରୋଧରେ ଲାଗୁ ହେଇଥିବା ଜିରୋ କୋଭିଡ ନୀତିକୁ ବିରୋଧ କରୁଛନ୍ତି ଚାଇନାବାସୀ। ବିଶେଷ କଥା ହେଉଛି ଏହି ସମୟରେ ଭେଟେରାନ ଭାରତୀୟ ଗାୟକ ବାପି ଲାହରୀଙ୍କ ପପୁଲାର ଗୀତ ‘ଜିମି ଜିମି ଆଜା ଆଜା’ର ଗୀତ ଶୁଣିବାକୁ ମିଳୁଛି। ଏହି ଗୀତ ହେଉଛି ୧୯୮୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଡିସ୍କୋ ଡାନ୍ସର୍‌’ର। ବର୍ତ୍ତମାନ ଚାଇନା ଲୋକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଲୋକମାନେ ଖାଲି ବାସନକୁସନ ଦେଖାଇ ଜିମି ଜିମି ଆଜା ଆଜା ଗୀତ ଗାଉଛନ୍ତି। ଏହା ମାଧ୍ୟମରେ ଲୋକମାନେ କହିବାକୁ ଚେଷ୍ଟା କରୁଛନ୍ତି ଯେ, ଲକ୍‌ଡାଉନ ସମୟରେ ଖାଦ୍ୟ ଅଭାବର ସ୍ଥିତି କେତେ ଖରାପ ରହିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଚାଇନାର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଦୁଇନ୍‌’ରେ ବାପି ଦା’ଙ୍କ ଏହି ଗୀତକୁ ମାଣ୍ଡାରିନ୍‌ ଭାଷାରେ ପାର୍ବତୀ ଖାନ୍‌ ଗାଇଛନ୍ତି। ଯଦି ‘ଜି ମି, ଜି ମି’ ଶବ୍ଦକୁ ଅନୁବାଦ କରାଯାଏ ତେବେ ଏହାର ଅର୍ଥ ଅହେଉଛି ‘ମୋତେ ଚାଉଳ ଦିଅ, ଚାଉଳ ଦିଅ’। ସୂଚନା ମୁତାବକ, ଚାଇନାରେ ଗୋଟିଏ କରୋନା ପଜିଟିଭ ମାମଲା ରିପୋର୍ଟ ଚିହ୍ନଟ ହେବା ପରେ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ସହରରେ କରୋନା କଟକଣାକୁ ଆହୁରି କଡ଼ା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

ପ୍ରେମିକାଙ୍କଠାରୁ ଅଲଗା ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

କାର୍ଲିଫର୍ନିଆ,୨୬।୯: ବିଶ୍ୱରର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲୋନ ମସ୍କ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରିମସଙ୍କ ଠାରୁ ଅଲଗା ହୋଇଛନ୍ତି। ପେସାରେ ଗାୟିକା ଗ୍ରିମସ ଏବଂ ସ୍ପେସ ଏକ୍ସ,...

କୋଙ୍ଗୋ ଡଙ୍ଗା ବୁଡ଼ିରେ ପ୍ରାଣ ହରାଇଲେ ୩୦ ଯାତ୍ରୀ

କୋଙ୍ଗୋ,୨୭।୫: ପଶ୍ଚିମ କୋଙ୍ଗୋ ଗଣତାନ୍ତ୍ରିକ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ହ୍ରଦରେ ଡଙ୍ଗା ବୁଡ଼ିବାରୁ ୩୦ଜଣଙ୍କ ମୃତ୍ୟୁ ହୋଇଛି।...

ସୂର୍ଯ୍ୟକିରଣରେ ଶୀଘ୍ର ମରେ କରୋନା ଭୂତାଣୁ

ଓ୍ବାଶିଂଟନ, ୨୫ା୪: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ଦେଶରେ ଗବେଷଣା ଜାରି ରହିଛି। ମାତ୍ର ଏହାର ଉପଯୁକ୍ତ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ଇତିମଧ୍ୟରେ...

ସାମରିକ ସହାୟତା ଘୋଷଣା କଲା ଆମେରିକା

କିଭ୍‌, ୮ା୯: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍‌ ସମେତ ୟୁରୋପୀୟ ଦେଶଗୁଡ଼ିକ...

ୟୁକ୍ରେନ୍‌ର ମାଇକୋଲିଭ ଉପରେ ରୁଷିଆର ମିଶାଇଲ ବର୍ଷା, ଇରାନୀ ଡ୍ରୋନରୁ କ୍ୱିଭ ଉପରେ ଆକ୍ରମଣ

କ୍ୱିଭ,୧୪ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବେଳକୁ ବେଳ ଚିନ୍ତା ବଢିବାରେ ଲାଗିଛି । ଗୁରୁବାର ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ କରିଥିବା ଆକ୍ରମଣକୁ...

ଖୁସି ଖବର: ବ୍ରିଟେନରେ ଦେଖାଦେଇଥିବା କରୋନା ନୂଆ ଷ୍ଟ୍ରେନ୍‌ରେ ବି କାମ କରିବ ଫାଇଜର ଟିକା

ଲଣ୍ଡନ,୮ ।୧: କରୋନା ଭ୍ୟାକ୍ସିନ ଓ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶ୍ୱସ୍ତି ଦେଲାଭଳି ଏକ ଖବର ସାମ୍ନାକୁ ଆସିଛି । କରୋନା...

ଆମେରିକା ବି ଦେଇଛି ତାଲିମ

ଓ୍ବାଶିଂଟନ୍‌, ୨୯ା୪: ମେରାଇନ୍‌ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍‌ଫିନ୍‌, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍‌ ଏବଂ କାଲିଫର୍ନିଆର...

Advertisement
Archives

Model This Week