Posted inଫୁରସତ

ଏମିତି ସହର, ଯେଉଁଠି ବ୍ୟବହାର ହୁଏ ନାହିଁ ମୋବାଇଲ, ଟିଭି

ଆଜିର ସମୟ ଡିଜିଟାଲ ହୋଇଗଲାଣି। ଲୋକେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଡିଜିଟାଲ ମିଡିଆ ଉପରେ ନିର୍ଭର କରୁଛନ୍ତି। ଆଜିର ସମୟରେ ସ୍ମାର୍ଟଫୋନ ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଲଟିଛି। ଏହା ବିନା ଗୋଟିଏ ମିନିଟ୍‌ ମଧ୍ୟ କାଟିବା କଷ୍ଟକର ମନେହୁଏ। ଏପରି ପରିସ୍ଥିତିରେ, ଯଦି କହିବା ଦୁନିଆରେ ଏପରି ଏକ ସହର ଅଛି, ଯେଉଁଠାରେ ଆପଣ ଟିଭି ଦେଖିପାରିବେ ନାହିଁ କିମ୍ବା ମୋବାଇଲ ବ୍ୟବହାର କରିପାରିବେ ନାହିଁ? ଆପଣ ଭାବିବେ, ଏହା ନିଶ୍ଚିତ ଭାବରେ ଉତ୍ତର କୋରିଆ ହୋଇଥିବ, କିନ୍ତୁ ତାହା ବି ନୁହଁ।

ଏମିତି ସହର ଆମେରିକାରେ ରହିଛି। ଆମେରିକାର ଏହି ସହରରେ ମୋବାଇଲ, ଟିଭି ଏବଂ ରେଡିଓ ନିଷେଧ। ଏହି ସାମଗ୍ରୀଗୁଡ଼ିକ ଏଠାରେ କେହି ବ୍ୟବହାର କରିପାରିବେ ନାହିଁ। ଯଦି କେହି ବ୍ୟବହାର କରୁଥିବା ଧରାପଡ଼ନ୍ତି ତେବେ ତାଙ୍କୁ ଜେଲ୍‌ ଭୋଗିବାକୁ ପଡ଼ିବ। ଏହି ସହରର ନାମ ହେଲା ଗ୍ରୀନ ବ୍ୟାଙ୍କ। ଏହା ଆମେରିକାର ପଶ୍ଚିମ ଭର୍ଜିନିଆର ପୋକାହୋଣ୍ଟାସରେ ଅବସ୍ଥିତ। ଏଠାରେ ପ୍ରାୟ ୧୫୦ ଜଣ ଲୋକ ବାସ କରନ୍ତି। କିନ୍ତୁ କାହା ପାଖରେ ଟିଭି କିମ୍ବା ମୋବାଇଲ ନାହିଁ। ଏହାର ଏକ ବିଶେଷ କାରଣ ରହିଛି।

ଏହି ସହରରେ ଦୁନିଆର ସବୁଠୁ ବଡ଼ ଷ୍ଟିରେବଲ୍‌ ରେଡିଓ ଟେଲିସ୍କୋପ ରହିଛି। ଏହାକୁ ଗ୍ରୀନ ବ୍ୟାଙ୍କ ଟେଲିସ୍କୋପ ମଧ୍ୟ କୁହାଯାଏ। ଏହି ଟେଲିସ୍କୋପ ବହୁତ ବଡ଼ ଏବଂ ପରିବହନ ଯୋଗ୍ୟ। ତାହା ହେଉଛି, ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ। ଏହି ଟେଲିସ୍କୋପ ଏତେ ବଡ଼ ଯେ ଏକ ବଡ଼ ଫୁଟବଲ ପଡ଼ିଆ ପରି। ଏହି ଟେଲିସ୍କୋପ ଲମ୍ବ ୪୮୫ ଫୁଟ ଏବଂ ଚଉଡ଼ା ୭୬ ଶହ ମେଟ୍ରିକ ଟନ୍‌।

ଯେଉଁଠାରେ ଏହି ବିଶାଳ ଟେଲିସ୍କୋପ ସ୍ଥାପିତ ହୋଇଛି, ସେଠାରେ ଆମେରିକାର ନ୍ୟାଶନାଲ ରେଡିଓ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷକ ରହିଛି। ଏହା ୧୯୫୮ରେ ପ୍ରତିଷ୍ଠିତ ହୋଇଥିଲା। ଏଠାରୁ ବୈଜ୍ଞାନିକମାନେ ମହାକାଶରୁ ପୃଥିବୀକୁ ଆସୁଥିବା ତରଙ୍ଗ ବିଷୟରେ ଜାଣିପାରନ୍ତି। ଏହି ସ୍ଥାନରେ ଅନେକ ଟେଲିସ୍କୋପ ଅଛି, ଯାହା ମାଧ୍ୟାକର୍ଷଣରୁ କଳା ଛିଦ୍ର ପର୍ଯ୍ୟନ୍ତ ଅଧ୍ୟୟନ କରେ। ବିଶାଳ ଟେଲିସ୍କୋପ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଏହା ଏତେ ବଡ଼ ଯେ, ଏହା ମହାକାଶରେ ୧୩ ବିଲିୟନ ଆଲୋକ ବର୍ଷ ଦୂରରେ ମଧ୍ୟ ସଙ୍କେତ ଗ୍ରହଣ କରିଥାଏ। ଟିଭି, ରେଡିଓ, ମୋବାଇଲଠାରୁ ଆରମ୍ଭ କରି ଆଇପ୍ୟାଡ, ବେତାର ହେଡଫୋନ, ରିମୋଟ କଣ୍ଟ୍ରୋଲ ଖେଳନା ଏବଂ ମାଇକ୍ରୋଓ୍ବେଭ୍‌ ମଧ୍ୟ ଏଠାରେ ନିଷେଧ। ଏହାର ଏକ ବିଶେଷ କାରଣ ଅଛି। ଏହି ଇଲେକ୍ଟ୍ରୋନିକ ଉପକରଣଗୁଡ଼ିକରୁ ଉତ୍ପନ୍ନ ତରଙ୍ଗ ମହାକାଶରୁ ଆସୁଥିବା ତରଙ୍ଗକୁ ପ୍ରଭାବିତ କରିବ ଏବଂବୈଜ୍ଞାଜ୍ଞାନିକମାନେ ଏହାକୁ ସଠିକ ଭାବରେ ଧରି ପାରିବେ ନାହିଁ। ଏହି କାରଣରୁ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ ଏଠାରେ ନିଷେଧ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri